ଓଡିଶା

odisha

ETV Bharat / state

ଶୁଣିଲାନି ପ୍ରଶାସନ, ନାଳ ଉପରେ କଲଭର୍ଟ ନିର୍ମାଣ କଲେ ଗ୍ରାମବାସୀ - ନବରଙ୍ଗପୁର ଖବର

କୁଇଲାପାରା ଗ୍ରାମକୁ ଯିବା ଆସିବା ପାଇଁ ବାଧକ ସାଜିଥିବା ନାଳ ଉପରେ କଲଭର୍ଟ ନିର୍ମାଣ କରୁଛନ୍ତି ଗାଁ ଲୋକେ । କଲଭର୍ଟ ପାଇଁ ପ୍ରଶାସନ ପାଖରେ ବାରମ୍ବାର ନିବେଦନ ପରେ ପ୍ରଶାସନ ନ ଶୁଣିବାରୁ ଗାଁ ଲୋକେ ମିଶି ଏହାକୁ ନିର୍ମାଣ କରିବାରେ ଲାଗିଛନ୍ତି ।

villagers-built-a-culvert-on-the-canal-on-their-own-initiative
ନିଜ ଉଦ୍ୟମରେ ନାଳ ଉପରେ କଲଭର୍ଟ ନିର୍ମାଣ କଲେ ଗ୍ରାମବାସୀ

By

Published : Jun 8, 2020, 6:43 AM IST

ନବରଙ୍ଗପୁର: ଗାଁ ଲୋକେ ନିର୍ମାଣ କଲେ କଲଭର୍ଟ । ନିର୍ମାଣ କାର୍ଯ୍ୟରେ ଲାଗିଥିବା ଶ୍ରମିକମାନେ କାମ କରୁଛନ୍ତି ସତ ହେଲେ ପାରିଶ୍ରମିକ ମିଳିବ ନାହିଁ । କୁଇଲାପାରା ଗ୍ରାମକୁ ଯିବା ଆସିବା ପାଇଁ ବାଧକ ସାଜିଥିବା ନାଳ ଉପରେ କଲଭର୍ଟ ନିର୍ମାଣ କରୁଛନ୍ତି ଗାଁ ଲୋକେ । କଲଭର୍ଟ ପାଇଁ ପ୍ରଶାସନ ପାଖରେ ବାରମ୍ବାର ନିବେଦନ ପରେ ପ୍ରଶାସନ ନ ଶୁଣିବାରୁ ଗାଁ ଲୋକେ ମିଶି ଏହାକୁ ନିର୍ମାଣ କରିବାରେ ଲାଗିଛନ୍ତି ।

ନିଜ ଉଦ୍ୟମରେ ନାଳ ଉପରେ କଲଭର୍ଟ ନିର୍ମାଣ କଲେ ଗ୍ରାମବାସୀ

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତୋହରା ପଞ୍ଚାୟତର କୁଇଲାପାରା ଗ୍ରାମବାସୀ କଲଭର୍ଟ ନିର୍ମାଣ ପାଇଁ ପ୍ରଶାସନ ପାଖରେ ଦୀର୍ଘ ଦିନ ହେଲା ଦାବି କରିଛନ୍ତି । କିନ୍ତୁ ଗ୍ରାମବାସୀଙ୍କ ଦାବି କେହି ଶୁଣିଲେ ନାହିଁ । ତେଣୁ ପ୍ରଶାସନ ଉପରେ ଲୋକଙ୍କ ବିଶ୍ବାସ ରହିଲା ନାହିଁ । ନିଜେ ନିଜ ଖର୍ଚ୍ଚରେ ଶ୍ରମଦାନ କରି ବର୍ଷା ଋତୁରେ କାମ ଚାଲିବା ପାଇଁ କଲଭର୍ଟ ନିର୍ମାଣ କଲେ । ଏହି ନିର୍ମାଣ କାର୍ଯ୍ୟ ପାଇଁ ଦଶ ଟ୍ରାକ୍ଟର ମୋରମ ଓ ପଥର ବ୍ୟବହାର କରିଛନ୍ତି । କୁଇଲାପାରାଠାରୁ ବନିପଦର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତାର ଦୁରତ୍ଵ ମାତ୍ର ଦୁଇ କିଲୋମିଟର ଅଛି ।

କିନ୍ତୁ ଛୋଟ ନାଳ ଟିଏ ଅଛି । ବର୍ଷା ଦିନ ଏହି ସ୍ଥାନରେ ପାଣି ଜମି କାଦୁଅ ହୋଇଯାଏ । ଏହାକୁ ପାର କରିବା ଅସମ୍ଭବ ହୋଇଯାଏ । ଆଗକୁ ବର୍ଷା ଋତୁ ଆସୁଛି ଗ୍ରାମର ଲୋକମାନେ ଏହି ନାଳ ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯିବ । ଏଣୁ ଗ୍ରାମବାସୀମାନେ ଆଗୁଆ ପଦକ୍ଷେପ ନେଇଛନ୍ତି ଓ କଲଭର୍ଟ ନିର୍ମାଣ କରିଛନ୍ତି । ଗ୍ରାମବାସୀ ମାନେ ନିଜେ ଶ୍ରମଦାନ କରି କଲଭର୍ଟ୍ ନିର୍ମାଣ କରିଛନ୍ତି । ତେଣୁ ଏହିଠାରେ ଏକ କଲଭର୍ଟ ଜରୁରୀ ଥିବା ଜଣାପଡୁଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details