ନବରଙ୍ଗପୁର:ଭିଜିଲାନ୍ସ ଜାଲରେ ଉମରକୋଟ ଥାନା ଅତିରିକ୍ତ IIC । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଲିମାରାଜ ପ୍ରଧାନଙ୍କୁ ଧରିଲା ଭିଜିଲାନ୍ସ । ଗତକାଲି ରାତିରେ ଲିମାରାଜ ପ୍ରଧାନଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ ।
ସୂଚନାଅନୁସାରେ, ଗୋଟିଏ ପୁରୁଣା କେସକୁ କୋହଳ କରିବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିଲେ ଅତିରିକ୍ତ ଥାନା ଅଧିକାରୀ । ଟଙ୍କା ନେଇ ଦଉଡ଼ି ଚାଲି ଯାଉଥିବା ସମୟରେ ରାତି ୧୧ଟା ସମୟରେ ଲିମରାଜ ପ୍ରଧାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା ଭିଜିଲାନ୍ସ ଅଧିକାରୀ । ନଳିନୀକାନ୍ତ ନାୟକଙ୍କ ଅଭିଯୋଗ କ୍ରମେ ନବରଙ୍ଗପୁର ଭିଜିଲାନ୍ସ ବିଭାଗ ଓ ମାଲକାନଗିରି ଭିଜିଲାନ୍ସ ବିଭାଗ ମିଳିତ ଭାବରେ ଚଢାଉ କରିଥିଲା ।