ଓଡିଶା

odisha

ETV Bharat / state

ପୁଣି ଫେଲ ମାରିଲା ଆମ୍ବୁଲାନ୍ସ ସେବା, ଖଟିଆରେ ବୁହାହେଲେ ରୋଗୀ

ପୁଣି ଖଟିଆରେ ବୁହା ହେଲେ ରୋଗୀ । ରାସ୍ତା ଖରାପ ଯୋଗୁଁ ଅଧବାଟରେ ଅଟକିଲା ଆମ୍ବୁଲାନ୍ସ । ଏହି ଘଟଣା ଘଟିଛି ପାପଡାହାଣ୍ଡି ବ୍ଲକ ନାକଟିଗୁଡା ପଞ୍ଚାୟତର ତେତୁଳିଗୁଡା ଗ୍ରାମରେ ।

ପୁଣି ଫେଲ୍ ମାରିଲା ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ମହିଳା

By

Published : Oct 26, 2019, 11:24 PM IST

ନବରଙ୍ଗପୁର: ପୁଣି ଫେଲ ମାରିଲା ଆମ୍ବୁଲାନ୍ସ ସେବା । ଅଧାବଟରେ ଅଟକିଲା ଆମ୍ବୁଲାନ୍ସ । ଖଟିଆରେ ବୁହାହେଲେ ରୋଗୀ । ପାପଡାହାଣ୍ଡି ବ୍ଲକ ନାକଟିଗୁଡା ପଞ୍ଚାୟତର ତେତୁଳିଗୁଡା ଗ୍ରାମରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା ।

ପୁଣି ଫେଲ୍ ମାରିଲା ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ମହିଳା

ଉକ୍ତ ଗ୍ରାମର ଧୋନେଇ ଦିଶାରୀଙ୍କ ଦେହ ହଠାତ୍ ଖରାପ ହେବାରୁ 108 ଆମ୍ବୁଲାନ୍ସକୁ ସମ୍ପର୍କ କରିଥିଲେ ପରିବାର ଲୋକେ । ତେବେ ଗାଁକୁ ଆମ୍ବୁଲାନ୍ସ ଆସିବା ବେଳେ ଦୁଇ କିଲୋମିଟର ଦୂରରେ କାଦୁଆ ରାସ୍ତାରେ ଅଟକିଲା । ଫଳରେ ଗ୍ରାମବାସୀ ଓ ଆମ୍ବୁଲାନ୍ସ ଡ୍ରାଇଭର, ଫାର୍ମାସିଷ୍ଟ, ହେଲପର ରୋଗୀକୁ ଖଟିଆରେ 2 କିଲୋମିଟର ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ ।

ରୋଗୀ ଧୋନେଇ ଦିଶାରୀଙ୍କ ସ୍ବାମୀ ପଦଳମ ଦିଶାରୀ କହିବା ଅନୁଯାୟୀ, ଅଳ୍ପ ବର୍ଷା ହେଲେ ଗାଁ ରାସ୍ତା ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଏ । ଫଳରେ ଗାଁକୁ ଗମନାଗମନରେ ବାଧା ଉପୁଜିଥାଏ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details