ଓଡିଶା

odisha

ETV Bharat / state

Central Minister Visit: କେନ୍ଦ୍ର ଅନୁଦାନର ବାଟମାରଣା ଅଭିଯୋଗ ଆଣିଲେ ମନ୍ତ୍ରୀ ଶୋଭା କରନ୍ଦାଲାଜେ

ନବରଙ୍ଗପୁର ଜିଲ୍ଲା ଗସ୍ତରେ କେନ୍ଦ୍ର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ରାଷ୍ଟ୍ର ମନ୍ତ୍ରୀ ସୁଶ୍ରୀ ଶୋଭା କରନ୍ଦାଲାଜେ । ଅଧିକ ପଢନ୍ତୁ

By

Published : Apr 21, 2022, 6:32 PM IST

Central Minister Visit: କେନ୍ଦ୍ର ଅନୁଦାନର ବାଟମାରଣା ଅଭିଯୋଗ ଆଣିଲେ ମନ୍ତ୍ରୀ ଶୋଭା
Central Minister Visit: କେନ୍ଦ୍ର ଅନୁଦାନର ବାଟମାରଣା ଅଭିଯୋଗ ଆଣିଲେ ମନ୍ତ୍ରୀ ଶୋଭା

ନବରଙ୍ଗପୁର: ଦୁଇ ଦିନିଆ ଜିଲ୍ଲା ଗସ୍ତରେ କେନ୍ଦ୍ର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ରାଷ୍ଟ୍ର ମନ୍ତ୍ରୀ ସୁଶ୍ରୀ ଶୋଭା କରନ୍ଦାଲାଜେ । ସେ ଜିଲ୍ଲାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମିଶନ ଶକ୍ତି ହଲ୍‌ ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେଇ ସେ କହିଛନ୍ତି ଯେ, କେନ୍ଦ୍ର ଦେଉଥିବା ସମସ୍ତ ଅନୁଦାନର ସଦୁପୋଯୋଗ ସଠିକ ଭାବରେ ହୋଇପାରୁନାହିଁ ।

ଏ ନେଇ ସେ କହିଛନ୍ତି ଯେ ଲୋକଙ୍କୁ ସେବା ଯୋଗାଇବା ପାଇଁ ସରକାରଙ୍କୁ ନିର୍ବାଚିତ କରାଯାଉଛି । ହେଲେ ଏଠାରେ ରାଜ୍ୟ ସରକାରଙ୍କ କୌଣସି ବିକାଶ ମୂଳକ କାମ କରାଯାଉନାହିଁ । କେନ୍ଦ୍ର ସରକାର ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ଅନୁଦାନ ଯୋଗାଉଥିଲେ ମଧ୍ୟ ଅନୁଦାନକୁ ରାଜ୍ୟ ସରକାରଙ୍କ ଦ୍ଵାରା ସଠିକ ଢଙ୍ଗରେ କାର୍ଯ୍ୟ କରୁନଥିବାରୁ ସମସ୍ତ ଅନୁଦାନ ସଦୁପଯୋଗ ହୋଇପାରୁନାହିଁ ।

Central Minister Visit: କେନ୍ଦ୍ର ଅନୁଦାନର ବାଟମାରଣା ଅଭିଯୋଗ ଆଣିଲେ ମନ୍ତ୍ରୀ ଶୋଭା

ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ କେନ୍ଦ୍ରୀୟ ଯୋଜନାର ପ୍ରକଳ୍ପ ଅଗ୍ରଗତି ସମ୍ପର୍କରେ ସେ ସମୀକ୍ଷା କରିଛନ୍ତି । ରେଳବାଇ ପ୍ରକଳ୍ପ ଅଗ୍ରଗତି ଜଳ ଜୀବନ ମିଶନ, ସ୍ବଚ୍ଛ ଭରତ ଅଭିଯାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭାରତମାଳା ପରିଯୋଜନା, ପ୍ରଧାନମନ୍ତ୍ରୀ କୌଶଳ ବିକାଶ, ଜାତୀୟ ସ୍ବାସ୍ଥ୍ୟ ମିଶନ, ଖାଦ୍ୟ ସୁରକ୍ଷା, ପ୍ରଧାନମନ୍ତ୍ରୀ କୃଷି ସିଚାଇ, ପ୍ରଧାନମନ୍ତ୍ରୀ କୃଷି ସମ୍ମାନ ନିଧି, ସମଗ୍ର ଶିକ୍ଷା ଅଭିଯାନ ସହ ଅନ୍ୟସମସ୍ତ କେନ୍ଦ୍ରୀୟ ଯୋଜନାର ପ୍ରକଳ୍ପ ସମ୍ପର୍କରେ ସେ ସମୀକ୍ଷା କରିଛନ୍ତି ।

ଏହି ଅବସରରେ ମନ୍ତ୍ରୀ ମା' ଭଣ୍ଡାରଘରଣୀଙ୍କ ମନ୍ଦିର ପରିଦର୍ଶନ କରିବା ସହ ସହରର ନୂଆବନ୍ଧ ସାହିକୁ ଯାଇ ବସ୍ତିବାସିନ୍ଦାଙ୍କୁ ଭେଟିବା ସହ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ସେ ଆଲୋଚନା କରିଥିଲେ । ସ୍ଥାନୀୟ ସର୍କିଟ ହାଉସ ଠାରେ ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ପରେ ସାମ୍ବାଦିକ ସମ୍ମିଳନୀରେ ରାଜନୀତି ଠାରୁ ଊର୍ଦ୍ଧ୍ବରେ ରହି ମିଳିତ ଭାବରେ ବିକାଶ କାର୍ଯ୍ୟ ତ୍ବରାନ୍ବତ କରିବାକୁ କେନ୍ଦ୍ରମନ୍ତ୍ରୀ ଶୋଭା ଆହ୍ଵାନ ଦେଇଛନ୍ତି ।

କେନ୍ଦ୍ର ସରକାରଙ୍କ ଦ୍ଵାରା ବିଭିନ୍ନ ଯୋଜନା ପାଇଁ ଦେଉଥିବା ଅନୁଦାନକୁ ରାଜ୍ୟ ସରକାରଙ୍କ ଦ୍ଵାରା ସଠିକ ଢଙ୍ଗରେ ଖର୍ଚ୍ଚ କରାଯାଉନଥିବା ସେ ଅଭିଯୋଗ ଆଣିଛନ୍ତି । କେନ୍ଦ୍ର ସରକାର ସ୍ବାସ୍ଥ୍ୟ, ଖାଦ୍ୟ ସୁରକ୍ଷା, ଚାଷୀଙ୍କ ପାଇଁ ଜଳସେଚନ ପ୍ରକଳ୍ପ ଭଳି ଜନ କଲ୍ୟାଣକାରୀ କାମ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇଦେଉଥିବା ବେଳେ ଅନେକ ଯୋଜନା ସଠିକ ଢଙ୍ଗରେ କାର୍ଯ୍ୟକାରୀ ହେଉନାହିଁ । ଅନେକ ଯୋଜନାର ଅର୍ଥ ବାଟମାରଣା ହୋଇଯାଉଥିବା ସେ ଅଭିଯୋଗ ଆଣିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details