ଓଡିଶା

odisha

ETV Bharat / state

ନବରଙ୍ଗପୁରର ସମସ୍ତ ପ୍ରାର୍ଥୀଙ୍କୁ ଗୁରୁମନ୍ତ୍ର ଦେବେ ଧର୍ମେନ୍ଦ୍ର ପ୍ରଧାନ

ଆସନ୍ତା ଚାରି ତାରିଖରେ ଜିଲ୍ଲା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଜିଲ୍ଲାର ତିନୋଟି ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବେ।

By

Published : Apr 3, 2019, 3:54 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଆସନ୍ତା ଚାରି ତାରିଖରେ ଜିଲ୍ଲା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଜିଲ୍ଲାର ତିନୋଟି ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବେ। ପ୍ରଥମେ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ପୁଜାରିଗୁଡା, ଡାବୁଗାଁ ନିର୍ବାଚନ ମଣ୍ଡଳୀର ତାରାଗାଁ ଓ ଝରିଗାଁ ନିର୍ବାଚନ ମଣ୍ଡଳୀ ଝରିଗାଁରେ ବିଜୟ ସଙ୍କଳ୍ପ କାର୍ଯ୍ୟକର୍ମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର ଜିଲ୍ଲାରେ ସମସ୍ତ ପ୍ରାର୍ଥୀଙ୍କୁ ବହୁ ଭୋଟରେ ବିଜୟ ଲାଭ କରିବେ ସେନେଇ ଗୁରୁତ୍ୱ ଦେବେ ବୋଲି ଜିଲ୍ଲା ବିଜେପି ପକ୍ଷରୁ କୁହାଯାଇଛି। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଓ ପ୍ରତି ସଭାରେ ୫ ରୁ ୬ ହଜାର ଲୋକ ସମାଗମ ହେବେ ବୋଲି ଜିଲ୍ଲା ସମ୍ପାଦକ ଜଗଦୀଶ ବିଷୋୟୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ନବରଙ୍ଗପୁର ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details