ଓଡିଶା

odisha

By

Published : Dec 6, 2019, 1:10 PM IST

ETV Bharat / state

କି ନିୟମ! କଳାହାଣ୍ଡି ନ ଯାଇ ବି ଫାଇନ

କଳାହାଣ୍ଡି ଯାଇ ନାହାଁନ୍ତି ହେଲେ ଜରିମାନା ଆସିଛି ହଜାରେ । ନୂତନ ମୋଟର ଯାନ ନିୟମ ଲାଗୁ ହେବା ପରେ ନବରଙ୍ଗପୁରରୁ ଆସିଛି ରୋଚକ ତଥ୍ୟ । ଅଧିକ ଖବର ପଢନ୍ତୁ...

କି ନିୟମ! କଳାହାଣ୍ଡି ନଯାଇ ଫାଇନ ପାଇଁ ଆସିଛି ମେସେଜ
କି ନିୟମ! କଳାହାଣ୍ଡି ନଯାଇ ଫାଇନ ପାଇଁ ଆସିଛି ମେସେଜ

ନବରଙ୍ଗପୁର : କଳାହାଣ୍ଡି ଯାଇ ନାହାଁନ୍ତି ହେଲେ ଜୋରିମାନା ଆସିଛି ହଜାରେ । ନୂତନ ମୋଟର ଯାନ ନିୟମ ଲାଗୁ ହେବା ପରେ ନବରଙ୍ଗପୁରରୁ ଆସିଛି ରୋଚକ ତଥ୍ୟ । ସାରା ରାଜ୍ୟରେ ଆରମ୍ଭ ହୋଇଯାଇଛି କଡାକଡି ଯାଞ୍ଚ ପ୍ରକ୍ରିୟା । ପୋଲିସ ଯାଞ୍ଚ ସମୟରେ ହେଲମେଟ,ସିଟ ବେଲ୍ଟ ବାନ୍ଧି ନ ଥିଲେ , ଗାଡି ଚଲାଇବା ବେଳେ ଫୋନରେ କଥା ହେଉଥିଲେ, ନାବାଳକ ଗାଡି ଚାଳନା କରୁଥିଲେ ଏବଂ ତ୍ରୁଟି ପୂର୍ଣ୍ଣ ତଥା ଦ୍ରୁତ ଗତିରେ ଗାଡି ଚାଳନା ସହ ବାଇକରେ ତିନିରୁ ଅଧିକ ଯାତ୍ରୀ ବସିଥିଲେ ପୋଲିସ ସେମାନଙ୍କ ଠୁ ଫାଇନ ଆଦାୟ ସହ ଚାଲାଣ କାଟୁଛି ।

କି ନିୟମ! କଳାହାଣ୍ଡି ନଯାଇ ଫାଇନ ପାଇଁ ଆସିଛି ମେସେଜ

ଯାହାକୁ ନେଇ ଗାଡି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏସବୁ ଭିତରେ ନବରଙ୍ଗପୁରର ଜଣେ ଗାଡି ଚାଳକ ଙ୍କ ମୋଟର ଆଇନ ଯାନ ନିୟମ ଖିଲାପ କରିଥିବା ଅଭିଯୋଗ ରେ ଚାଲାଣ ନେଇ ତାଙ୍କ ମୋବାଇଲ କୁ ଆସିଛି ମେସେଜ । ନିୟମ ଖିଲାପ କରିଥିବାରୁ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କଣ୍ଟାସାରୁ ଗ୍ରାମର ପୁରନ ପୂଜାରୀଙ୍କୁ ଏହି ମେସେଜ ଆସିଛି।

ନିଜ ଟିଭିଏସ ଏକ୍ସେଲ ବାଇକ (ଓଡ଼ି ୨୪ ବି ୭୯୪୬) ରେ କଳାହାଣ୍ଡି ଜିଲ୍ଲାରେ ଟ୍ରାଫିକ ନିୟମ ଖିଲାପ କରିଥିବା ଅଭିଯୋଗରେ କଳାହାଣ୍ଡି ପୋଲିସ ତରଫରୁ ଚାଲାଣ ନମ୍ବର ଓଆର ୩୬୧୮ ୯୧୯୧୨୦୨୧୯୨୭୦ ରେ ଚାଲାଣ କଟାଯାଇଥିବା ଆସିଛି ମେସେଜ । ମେସେଜଟି ଇଂରାଜୀରେ ଲେଖା ହୋଇଥିବାରୁ ପ୍ରଥମେ ସେ ବୁଝିପାରିନଥିଲେ।

ପରେ ଫାଇନ ବାବଦରେ ସେ ଜାଣିଥିଲେ । ପରେ ପୁରନ ଏହି ମେସେଜ କୁ ନେଇ ଯେଉଁ ଟିଭିଏସ ସୋ ରୁମ ରୁ ଏହି ବାଇକ କିଣିଥିଲେ ସେହି ସୋରୁମ ମାଲିକଙ୍କୁ ଦେଖାଇଥିଲେ । କଳାହାଣ୍ଡି ଆରଟିଓ ଙ୍କ ଠାରୁ ଫାଇନ ବାନ୍ଧିବା ନେଇ ମେସେଜ ଆସିଛି । ଯାହାକୁ ନେଇ ଚକିତ ହୋଇଯାଇଥିଲେ ପୁରନ ।

କାରଣ ପୁରନ ସେହି ଦିନ ନିଜ ବିଲରେ କାମରେ ଥିବା ବେଳେ ଗାଡି ନେଇ କୁଆଡେ ଯାଇନଥଥିବା କହିଛନ୍ତି । ତେବେ ସେ ଏହି ଫାଇନକୁ ତ୍ରୁଟି ପୂର୍ଣ୍ଣ କହି ଫାଇନ ନଦେବା ପାଇଁ ରୋକଠୋକ କହିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details