ଓଡିଶା

odisha

ETV Bharat / state

ଦଳ ପାଇଁ ଆଶାୟୀ କଣ୍ଟା, ନବରଙ୍ଗପୁର ବିଜେଡ଼ିରେ କନ୍ଦଳ - Nabrangpur

ଅଡୁଆ ସାଜିପାରେ ଟିକେଟ ବଣ୍ଟା । ବିଜେଡି ଆଶାୟୀଙ୍କ ଲମ୍ବାଧାଡି । ଟିକେଟ ନମିଳିଲେ ଦଳ ଛାଡିବାକୁ ଧମକ । ଯାହାକୁ ନେଇ ସରଗରମ ନବରଙ୍ଗପୁର ରାଜନୀତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : Mar 4, 2019, 3:20 PM IST

ନବରଙ୍ଗପୁର: ଆସୁଛି ସାଧାରଣ ନିର୍ବାଚନ । ଟିକେଟ ପାଇଁ ଆଶାୟୀଙ୍କ ଲମ୍ବାଧାଡି । ବିଜେଡି ପାଇଁ ଅଡୁଆ ସାଜିପାରେ ଟିକେଟ ବଣ୍ଟନ । ମହଙ୍ଗା ସାଜିପାରନ୍ତି ବିଦ୍ରୋହୀ ନେତା । ଟିକେଟକୁ ନେଇ ଏବେଠୁ ନବରଙ୍ଗପୁର ବିଜେଡିରେ ଦେଖାଦେଇଛି ଅନ୍ତଃକନ୍ଦଳ । ଖୁଲମଖୋଲା କର୍ମୀ ଓ ନେତା ମୁହଁ ଖୋଲିଲେଣି ।

ନବରଙ୍ଗପୁରରେ ରହିଛି 4ଟି ବିଧାନସଭା ମଣ୍ଡଳୀ । ଡାବୁଗାଁକୁ ବାଦ ଦେଲେ ନବରଙ୍ଗପୁର, ଉମରକୋଟ ଓ ଝରିଗାଁ ନିର୍ବାଚନ ମଣ୍ଡଳୀ ବିଜେଡି ହାତରେ । ଆଉ ଆସନ୍ତା ସାଧାରଣ ନିର୍ବାଚନରେ ଡାବୁଗାଁକୁ ବି ଅକ୍ତିଆର କରିବା ଲକ୍ଷ୍ୟରେ ଶାସକ ଦଳ । ଆଉ ଏଥିପାଇଁ ଦଳ ପ୍ରସ୍ତୁତ କରୁଛି ସ୍ବତନ୍ତ୍ର ରଣନୀତି । ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ମନୋହର ରନ୍ଧାରୀଙ୍କୁ ଡାବୁଗାଁ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି । ଯାହାକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି ଡାବୁଗାଁର ବିଜେଡି କର୍ମକର୍ତ୍ତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ପୂର୍ବ ନିର୍ବାଚନରେ ଦଳ ପକ୍ଷରୁ ପ୍ରାର୍ଥୀ ହେଇଥିବା ମୋତିରାମ ନାୟକଙ୍କ ସପକ୍ଷରେ ଏମାନେ ଯୁକ୍ତି ବାଢୁଛନ୍ତି । କର୍ମୀଙ୍କ କହିବା କଥା ହେଲା, ମୋତିଲାଲ ଡାବୁଗାଁ ଲୋକଙ୍କ ସାଥୀରେ ଅଛନ୍ତି । ପୁଣିଥରେ ବିଜେଡି ତାଙ୍କୁ ଟିକେଟ ଦେଉ । ପାପଡାହାଣ୍ଡିରେ ଏକତ୍ରିତ ହୋଇ ଏଭଳି ଦାବି କରିଛନ୍ତି ଡାବୁଗାଁର 50 ପଞ୍ଚାୟତର ଶହଶହ କର୍ମୀ ଓ ନେତା । ଏପରିକି ଯଦି ରନ୍ଧାରୀଙ୍କୁ ଏହି ନିର୍ବାଚନ ମଣ୍ଡଳୀରେ ଟିକେଟ ମିଳେ, ତେବେ ସାମୂହିକ ଭାବରେ ଦଳ ଛାଡିବାକୁ ଧମକ ମଧ୍ୟ ଦେଇଛନ୍ତି ।

କିଛିଦିନ ପୂର୍ବରୁ ନବରଙ୍ଗପୁର ପୂର୍ବତନ ସମିତି ଅଧ୍ୟକ୍ଷ ତଥା ବର୍ତ୍ତମାନର ଜିଲ୍ଲା ପରିଷଦ ସଭ୍ୟ ବେଦବ୍ୟାସ ଭତ୍ରା ଏକ ସାମ୍ବାଦିକ ସମ୍ମଳନୀ କରିଥିଲେ । ନିଜ ସମର୍ଥକ ଥିବା ସରପଞ୍ଚ ଓ ସମିତିସଭ୍ୟଙ୍କୁ ନେଇ ସେ ଯେ ନବରଙ୍ଗପୁର ବିଧାନସଭା କ୍ଷେତ୍ରରେ ବିଜେଡି ଟିକେଟର ଦାବିଦାର ଅଛନ୍ତି, ତାହା ଜଣାଇ ଦେଇଥିଲେ । ଆଗକୁ ଯେ ଜିଲ୍ଲାରେ ଟିକେଟ ବଣ୍ଟନକୁ ନେଇ ବିଜେଡି ଅଡୁଆରେ ପଡିବ, ଏହି ଦୁଇ ଘଟଣାରୁ ସ୍ପଷ୍ଟ ହେଉଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details