ଓଡିଶା

odisha

ETV Bharat / state

ପ୍ରେମିକ ଘର ଆଗରେ ଗର୍ଭବତୀ ପ୍ରେମିକାର ଧାରଣା, ନ୍ୟାୟ ପାଇଁ ବାରଦୁଆର ହେଉଛନ୍ତି ପୀଡ଼ିତା

ସାତ ମାସର ଗର୍ଭବତୀ ପ୍ରେମିକା । ଏହି ସମୟରେ ପ୍ରେମିକ ଘର ଆଗରେ ନ୍ୟାୟ ପାଇଁ ଧାରଣା ଦେଇଛନ୍ତି ପୀଡ଼ିତା । ଅଧିକ ପଢ଼ନ୍ତୁ

ପ୍ରେମିକର ଘର ଆଗରେ ଗର୍ଭବତୀ ପ୍ରେମିକାର ଧାରଣା, ନ୍ୟାୟ ପାଇଁ ବାରଦୁଆର ହେଉଛନ୍ତି ପୀଡ଼ିତା
ପ୍ରେମିକର ଘର ଆଗରେ ଗର୍ଭବତୀ ପ୍ରେମିକାର ଧାରଣା, ନ୍ୟାୟ ପାଇଁ ବାରଦୁଆର ହେଉଛନ୍ତି ପୀଡ଼ିତା

By

Published : May 18, 2022, 5:44 PM IST

Updated : May 18, 2022, 6:01 PM IST

ନବରଙ୍ଗପୁର :ପ୍ରେମିକର ଘର ସମ୍ମୁଖରେ ୭ ମାସର ଗର୍ଭବତୀ ପ୍ରେମିକାର ଧାରଣା । ଏଭଳି ଘଟଣା ଦେଖିବାକୁ ମିଳିଛି ପାପଡ଼ାହାଣ୍ଡି ଥାନା ଘାଟଗୁଡ଼ା ପଞ୍ଚାୟତ ଛତ୍ରଭର ଗାଁରେ । ଘଟଣା ଅନୁସାରେ ଛତ୍ରଭର ଗାଁର ଲାଇଜର ଖରା ନାମକ ଜଣେ ବିବାହିତ ବ୍ୟକ୍ତି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଖାତିଗୁଡା ଗାଁର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଦୀର୍ଘ ୭ବର୍ଷ ତଳେ ଗଢ଼ିଥିଲେ । ବିବାହର ମିଥ୍ୟା ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖୁଥିଲେ । ହେଲେ ଏବେ ପୀଡ଼ିତା ଜଣକ ୭ମାସର ଗର୍ଭବତୀ ଥିବା ଜାଣିବା ପରେ ଆଉ ଧରାଛୁଆଁ ଦେଉନାହାଁନ୍ତି ପ୍ରେମିକ ଲାଇଜର ଖରା । ବର୍ଷ ତଳୁ ଉଭୟଙ୍କ ଭିତରେ ସମ୍ପର୍କ ଗଢ଼ି ଉଠିଥିଲା ।

ପ୍ରେମିକ ଘର ଆଗରେ ଗର୍ଭବତୀ ପ୍ରେମିକାର ଧାରଣା, ନ୍ୟାୟ ପାଇଁ ବାରଦୁଆର ହେଉଛନ୍ତି ପୀଡ଼ିତା

ଲାଇଜର ବିବାହିତ ହୋଇଥିଲେ ମଧ୍ୟ ନିଜ ସ୍ତ୍ରୀକୁ ଭାଉଜ ଏବଂ ନିଜ ଝିଅକୁ ଝିଆରୀ ବୋଲି ମିଛ କହି ପ୍ରେମିକାକୁ ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖି ଆସୁଥିଲା । ତେବେ ପୀଡ଼ିତା ଜଣକ ଘରକୁ ନେଇ ରଖିବା ପାଇଁ ଜିଦ୍ କରିବାରୁ ପ୍ରେମିକ ଜଣକ ଏକ ମାସ ଉମରକୋଟ ସ୍ଥିତ ଡଙ୍ଗରିସାହିରେ ଥିବା ତାଙ୍କ ଭଉଣୀ ଘରେ ରଖିଥିଲା ।

ଏହାପରେ ଡାବୁଗାଁର ସୁଧାର ଗୃହରେ ଏକ ମାସ ରଖିବା ପରେ ଛତ୍ରଭର ନିଜ ଘରକୁ ଧରିକି ଆସିବା ପରେ ପ୍ରେମିକର ମା', ଝିଆରୀ, ଦିଅର ଏବଂ ସ୍ତ୍ରୀ ପୀଡ଼ିତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବାସହ ଲୁଗାପଟା ବାହାରେ ଫୋପାଡ଼ି ଦେଇଥିଲେ । ଏହାସହ ଘରୁ ତଡ଼ି ଦେଇଥିଲେ । ୧୫ ଦିନ ହେବ ୭ମାସର ଗର୍ଭବତୀ ପ୍ରେମିକା ବାରଦୁଆର ବୁଲି ବୁଲି ନ୍ୟାୟର ଅପେକ୍ଷାରେ ରହିଛି ।

ଖାଲି ସେତିକି ନୁହେଁ, ୧ ମାସ ପୂର୍ବରୁ ପାପଡ଼ାହାଣ୍ଡି ଥାନାରେ ପୀଡ଼ିତା ଅଭିଯୋଗ ଦେବାପରେ ମଧ୍ୟ ନ୍ୟାୟ ମିଳି ପାରିନାହିଁ। ଏପଟେ ପ୍ରେମିକ ଘର ଛାଡ଼ି ଫେରାର ହୋଇଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : May 18, 2022, 6:01 PM IST

ABOUT THE AUTHOR

...view details