ନବରଙ୍ଗପୁର: କୋରୋନା ପାଇଁ ଜୀବନ ଜୀବିକା ଚିନ୍ତାରେ ପ୍ରବାସୀ । ଦିନେ ମହାମାରୀ କୋରୋନାଠୁ ଜୀବନକୁ ସୁରକ୍ଷିତ ରଖିବା ପାଇଁ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଉପାନ୍ତ ନବରଙ୍ଗପୁର ଅଞ୍ଚଳର ହଜାର ହଜାର ଦାଦନ । ଫେରିଥିବା ଦାଦନଙ୍କୁ ବର୍ତ୍ତମାନ ଘାରିଛି ନିଜ ନିଜ ଜୀବିକା ଚିନ୍ତା । ଜୀବିକା ପାଇଁ ପୁଣି ଦାଦନ ଯାଉଛନ୍ତି ବାହାର ରାଜ୍ୟକୁ । ବିନା ରେଜିଷ୍ଟ୍ରେସନରେ ଦାଦନ ଶ୍ରମିକକୁ ନେଇ ଯାଉଥିବା ଏକ ବସକୁ ଅଟକାଇଛି ନବରଙ୍ଗପୁର ଶ୍ରମ ବିଭାଗ ।
କୌଣସି ସୂତ୍ରରୁ ଖବର ପାଇ ନବରଙ୍ଗପୁର ଶ୍ରମ ବିଭାଗ ତରଫରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ନିକଟବର୍ତ୍ତୀ ନବରଙ୍ଗପୁର ସହର ଉପକଣ୍ଠ ନୀଳକଣ୍ଠ ଗୁଡାଠାରେ ୧୬ ଜଣ ଯୁବତୀ ଓ ୭ ଜଣ ଯୁବକଙ୍କୁ ନେଇ ଯାଉଥିବା ଏକ ବସକୁ ଅଟକାଇ ସେମାନଙ୍କୁ ଉଦ୍ଧାର କରିଛି । ଉଦ୍ଧାର ଦାଦନ ଶ୍ରମିକଙ୍କୁ ଶ୍ରମ କାର୍ଯ୍ୟାଳୟ ଠାରେ ରଖି ପଚରାଉଚରା କରିବା ସମୟରେ ସେମାନେ ବିନା ରେଜିଷ୍ଟ୍ରେସନରେ ତାମିଲନାଡୁର ତିରୁପତି ଅଞ୍ଚଳକୁ କାମ କରିବାକୁ ଯାଉଥିବା ଜାଣିବାକୁ ପାଇଥିଲେ ।