ନବରଙ୍ଗପୁର:ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ନେଇ ଅଭିଯୋଗ । ତେନ୍ତୁଳୀଖୁଣ୍ଟି ବ୍ଲକ ଘେରାଉ କରିଲା ବିଜେପି । ଗତକାଲି(ମଙ୍ଗଳବାର) ବିଜେପି ପକ୍ଷରୁ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ତେନ୍ତୁଳୀଖୁଣ୍ଟି ବ୍ଲକକୁ ବିଜେପି ପକ୍ଷରୁ ଘେରାଉ କରାଯାଇଥିଲା l
ବିଡିଓ ଦୁର୍ଯ୍ୟୋଧନ ଭୋଇଙ୍କୁ ଜନତା ମାନଙ୍କ ପାଖରେ ଉତ୍ତର ଦେବାପାଇଁ ବାଧ୍ୟ କରାଯାଇଥିବା ବେଳେ ସେ ଉତ୍ତର ଦେଇଥିବା ନେଇ ମଧ୍ୟ ସୂଚନା ରହିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ବାସଗୃହ ପାଉ ନଥିବା ନେଇ ହିତାଧିକାରୀ ପୂର୍ବରୁ ଅଭିଯୋଗ କରିଥିବା ବେଳେ ଚାଉଳ ଏବେ ପେନସନ ଯୋଗାଇଦେବା ପାଇଁ ମଙ୍ଗଳବାର ହିତାଧିକାରୀ ବିଡିଓଙ୍କୁ ନିବେଦନ କରିଛନ୍ତି । ଏହାସହ ଯେଉଁ ଅଯୋଗ୍ୟ ହିତାଧିକାରୀ ଏହାର ଲାଭ ଉଠାଉଛନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ବିଜେପି ପ୍ରତିନିଧି ଦାବି କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: Repo Rate Hike: ଆହୁରି ମହଙ୍ଗା ହେବ ଋଣ, ୨୫ ବେସିସ୍ ପଏଣ୍ଟ ବଢିଲା ରେପୋ ରେଟ୍