ଓଡିଶା

odisha

ETV Bharat / state

ଘୁଞ୍ଚି ଘୁଞ୍ଚି ଯାଉଛି 'ଚିନିକଳ', ବିପଦରେ ଆଖୁ ଚାଷ

ଦିନେ ଆଖୁ ଚାଷ ଲାଗି ରେକର୍ଡ ସୃଷ୍ଟି କରିଥିବା ନବରଙ୍ଗପୁର ଜିଲ୍ଲାରେ ଏବେ ଆଖୁଚାଷ ଦିନକୁ ଦିନ କମିବାରେ ଲାଗିଛି । ଜିଲ୍ଲା ତଥା ଆଖପାଖରେ ଚିନିକଳର ଅଭାବ ଥିବାରୁ ଆଖୁଚାଷ କମିବାରେ ଲାଗିଥିବା ଅଭିଯୋଗ ହେଉଛି । ଚାଷୀ ମାନେ ପାରମ୍ପରିକ ପଦ୍ଧତିରେ ଆଖୁରୁ ଗୁଡ ପ୍ରସ୍ତୁତି କରି ବିକ୍ରି କରୁଥିବାବେଳେ ଚିନିକଳ ସେମାନଙ୍କ ପାଇଁ ସ୍ୱପ୍ନ ପାଲଟିଲାଣି । ଚିନିକଳ ପାଇଁ ନେତା ଓ ସରକାରୀ ବାବୁ ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ପାଲଟିଛି ।

By

Published : Mar 20, 2019, 2:37 PM IST

ଡିଜାଇନ ଫଟୋ

ନବରଙ୍ଗପୁର: ଏକଦା ଆଖୁ ଚାଷ ପାଇଁ ରେକର୍ଡ କରିଥିବା ନବରଙ୍ଗପୁରରେ ଏବେ ଆଖୁଚାଷ ରସାତଳଗାମୀ । ଜିଲ୍ଲା ତଥା ଆଖପାଖରେ ଚିନିକଳର ଅଭାବ କାରଣରୁ ଆଖୁଚାଷ କମି କମି ଚାଲିଥିବା ଅଭିଯୋଗ ହେଉଛି । ଚାଷୀମାନେ ପାରମ୍ପରିକ ପଦ୍ଧତିରେ ଆଖୁରୁ ଗୁଡ ପ୍ରସ୍ତୁତି କରି ବିକ୍ରି କରୁଥିବାବେଳେ ଚିନିକଳ ସେମାନଙ୍କ ପାଇଁ ସ୍ୱପ୍ନ ସାଜିଛି । ଚିନିକଳ ପାଇଁ ନେତା ଓ ସରକାରୀ ବାବୁ ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ପାଲଟିଛି । ଚିନିକଳ ନଥିବାରୁ ଆଖୁଚାଷୀମାନେ ବ୍ୟାପକ କ୍ଷତି ସହୁଥିବାବେଳେ ଚିନିକଳ ପ୍ରତିଷ୍ଠା କରିବାକୁ ଦାବି କରୁଛନ୍ତି ଜିଲ୍ଲାବାସୀ । ସେପଟେ ଚାଷୀଙ୍କ ଅଭିଯୋଗକୁ କୃଷି ବିଭାଗ ମାନିବାକୁ ନାରାଜ । ଦେଖନ୍ତୁ ଏହି ରିପୋର୍ଟ ।

ବିଗତ ବର୍ଷରେ ନଅ ହଜାରରୁ ଅଧିକ ହେକ୍ଟର ଜମିରେ ଆଖୁଚାଷ କରାଯାଉଥିବା ବେଳେ ଚଳିତ ବର୍ଷ ଏହା 4,500ହେକ୍ଟରକୁ ଖସିଆସିଛି । ଏହାର ମୁଖ୍ୟକାରଣ ଉତ୍ପାଦିତ ଦ୍ରବ୍ୟର ବଜାର ଅଭାବକୁ ସୂଚାଉଛି । ଚିନି କଳର ଅଭାବ ଥିବାରୁ ଆଖୁକୁ ପାରମ୍ପରିକ ପଦ୍ଧତିରେ ଗୁଡ କରି ବିକ୍ରି କରିବା ଛଡା ଚାଷୀଙ୍କ ପାଖରେ ଅନ୍ୟ ଉପାୟ ନାହିଁ । ନଦୀକୂଳିଆ ଓ ଉର୍ବର ଜମିରେ ହଜାର ହଜାର ହେକ୍ଟର ଆଖୁଚାଷ କରାଯାଇଥିବାବେଳେ ଏହାକୁ ଗୁଡ କରି ବଜାରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ଏଥିଯୋଗୁଁ ଆଖୁ ଚାଷ ପ୍ରତି ଚାଷୀଙ୍କ ମନୋବଳ ବି କମିଯାଉଥିବା ଜଣାପଡିଛି ।

ଯେଉଥିପାଇଁ ଅଞ୍ଚଳରେ ଚିନିକଳ ପ୍ରତିଷ୍ଠା ଲାଗି ବାରମ୍ୱାର ଦାବି ହେଉଛି । ତେବେ ଏନେଇ ଜିଲ୍ଲା କୃଷି ବିଭାଗର ଜାତୀୟ ଖାଦ୍ୟ ନିରାପତ୍ତା ମିଶନର ଯୋଜନା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଚିନିକଳ ପ୍ରତିଷ୍ଠା କରିବାର ଆବଶ୍ୟକ ଥିବା ସ୍ଵୀକାର କରିଛନ୍ତି । ତେବେ ଅଞ୍ଚଳରେ ଆଖୁଚାଷ କମିଥିବା ଘଟଣାକୁ ସେ ଅସ୍ବୀକାର କରିଛନ୍ତି ।

ତେବେ ଜିଲ୍ଲାରେ ଆଖୁ ଚାଷ ଅଧିକ ହେବାକୁ ହେଲେ ତୁରନ୍ତ ଚିନିକଳ କରିବାକୁ ଦାବି ହେଉଛି ।


ନବରଙ୍ଗପୁରରୁ ତପନ କୁମାର ବିଶୋୟୀ, ଇଟିଭି ଭାରତ

ABOUT THE AUTHOR

...view details