ନବରଙ୍ଗପୁର: ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ ହୋଇଛି । ନବରଙ୍ଗପୁର ଷ୍ଟାଡିୟମ ଇଣ୍ଡୋର ହଲରେ ଓଡିଶା ବ୍ୟାଡମିଣ୍ଟନ ସଙ୍ଘ ଆନୁକୂଲ୍ୟରେ ଏହା ଆରମ୍ଭ ହୋଇଥିଲା । ଓଡିଶାର ୨୬ ଜିଲ୍ଲାରୁ ୩୫ ବର୍ଷରୁ ୬୫ ବର୍ଷ ବୟସର ପ୍ରାୟ ୧୦୮ ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇଥିବାବେଳେ ସିଙ୍ଗଲସ ଓ ଡବଲସ ଉଭୟରେ ୯୮ଟି ମ୍ୟାଚ ଖେଳାଯାଇଥିଲା ।
ଏଠାରେ ମ୍ୟାଚ ପରିଚାଳନା ପାଇଁ ଓଡିଶା ବ୍ୟାଡମିଣ୍ଟନ ସଙ୍ଘ ପକ୍ଷରୁ ୮ ଜଣ ସହଯୋଗ କରିଥିଲେ । ନବରଙ୍ଗପୁର ବ୍ୟାଡମିଣ୍ଟନ ସଙ୍ଘ ସଭାପତି ରାକେଶ ଗୁପ୍ତାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ, ବିଧାୟକ ଓ ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରା ଉଦଘାଟନ କରାଯାଇଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକ ଉପସ୍ଥିତ ରହି ଖେଳାଳିଙ୍କୁ ପୁରସ୍କୃତ କରିଥିଲେ । ନବରଙ୍ଗପୁର ସଙ୍ଘ ତରଫରୁ ସମ୍ପାଦକ ଲିଙ୍ଗରାଜ ମହାନ୍ତି, ଚନ୍ଦନ ମହାରଣା, ଅଶୋକ ସାହୁ, ଏସ ପ୍ରହଲ୍ଲାଦ ପ୍ରମୁଖ ସହଯୋଗ କରିଥିଲେ ।