ଓଡିଶା

odisha

By

Published : Jul 4, 2021, 11:01 PM IST

ETV Bharat / state

ପୁଣି ଖଟିଆରେ ବୁହା ହେଲେ ଗୁରୁତର ରୋଗୀ

ନବରଙ୍ଗପୁରରେ ପୁଣି ଜଣେ ଗୁରୁତର ମହିଳା ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସ ନିକଟକୁ ଯାଇଛନ୍ତି । ଅଧିକ ପଢନ୍ତୁ...

ପୁଣି ଖଟିଆରେ ବୁହା ହେଲେ ଗୁରୁତର ରୋଗୀ
ପୁଣି ଖଟିଆରେ ବୁହା ହେଲେ ଗୁରୁତର ରୋଗୀ

ନବରଙ୍ଗପୁର: ପୁଣି ଖଟିଆରେ ବୁହା ହୋଇଛନ୍ତି ଗୁରୁତର ରୋଗୀ । ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳା ଜଣକ ଗୁରୁତର ହେବା ପରେ ରାସ୍ତା ଭଲ ନଥିବାରୁ ଆମ୍ବୁଲାନ୍ସରେ ନ ଆସିବା ପରେ ଏଭଳି ଘଟଣା ଦେଖିବାକୁ ମିଳିଛି । ତେବେ ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକି ପାଟଖଲିଆ ପଞ୍ଚାୟତ ଗୌରଝରିଆ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି ।

ପୁଣି ଖଟିଆରେ ବୁହା ହେଲେ ଗୁରୁତର ରୋଗୀ

ଗାଁର ନମତି ମାଝୀ ମହିଳା ଜଣକ ଗାଧୋଇ ସାରି ଲୁଗା ଶୁଖାଉ ଥିବା ସମୟରେ ପାଖରେ ଥିବା ବିଦ୍ୟୁତ ତାରରେ ଓଦା ଲୁଗା ଲାଗିଯିବା ଫଳରେ ଗୁରୁତର ହୋଇ ପଡ଼ିଥିଲେ ଏବଂ ପରିବାର ବର୍ଗ ତାଙ୍କୁ ଡାକ୍ତରଖାନା ନେବା ପାଇଁ ଶହେ ଆଠ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । କିନ୍ତୁ ଆମ୍ବୁଲାନ୍ସଟି ବୈଦପଡାଠାରୁ 2 କିଲୋମିଟର ରାସ୍ତା ଯିବାପରେ ରାସ୍ତାର ସମସ୍ୟା ଯୋଗୁଁ ଯାଇପାରିଲା ନାହିଁ । ବର୍ଷା ଯୋଗୁଁ ରାସ୍ତାରେ କାଦୁଅ ଏବଂ ବଡ଼ ବଡ଼ ଖାଲ ଥିବା ଯୋଗୁଁ ଗାଁ ଲୋକେ ଗୁରୁତର ଆହତ ମହିଳାଙ୍କୁ ପ୍ରାୟ 2 କିଲୋମିଟର ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ପହଞ୍ଚାଇଥିଲେ ।

ପରେ ଗୁରୁତର ରୋଗୀଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରିଥିଲେ । ତେବେ ଗୌରଝରିଆ ଗାଁରେ ଗତବର୍ଷ ମଧ୍ୟ ଗ୍ରାମର ଜଣେ ମହିଳା ଗୁରୁତର ଅବସ୍ଥାରେ ପ୍ରସବ ପାଇଁ ଖଟିଆରେ ବୁହା ହୋଇ ନଦୀପାର ହୋଇଥିଲେ । ଉକ୍ତ ମହିଳାଙ୍କୁ ଗ୍ରାମବାସୀଙ୍କ ସହଯୋଗରେ 2 କିଲୋମିଟର ରାସ୍ତା ଚାଲିବା ପରେ ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା । ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳିଥିଲେ ମଧ୍ୟ ପ୍ରଶାସନ ଦୃଷ୍ଟି କୌଣସି ଦୃଷ୍ଟି ଦେଇନାହିଁ । ସେପଟେ ଗ୍ରାମବାସୀ ରାସ୍ତା କାମ ପାଇଁ ଦାବି କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details