ଓଡିଶା

odisha

ETV Bharat / state

ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ୍ ଟିମକୁ ମେଣ୍ଢା ପୁରସ୍କାର - ନବରଙ୍ଗପୁରରେ ଫୁଟବଲ ଟୁର୍ଣ୍ଣାମେଣ୍ଟ

ନବରଙ୍ଗପୁରରେ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବିଜୟୀ ଓ ରନର୍ସ ଅପ ଦଳକୁ ମିଳିଲା ମେଣ୍ଢା ପୁରସ୍କାର । ଝରିଗାଁ ବ୍ଲକ ଅଧୀନ ଧାମନାଗୁଡା ଗ୍ରାମରେ ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଏଭଳି ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ବିଜୟୀ ଦଳକୁ ମିଳିଲା ମେଣ୍ଢା ପୁରସ୍କାର
ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ବିଜୟୀ ଦଳକୁ ମିଳିଲା ମେଣ୍ଢା ପୁରସ୍କାର

By

Published : Nov 1, 2022, 7:44 PM IST

ନବରଙ୍ଗପୁର: ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମେଣ୍ଢା ପୁରସ୍କାର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅଧୀନ ଧାମନାଗୁଡା ଗ୍ରାମରେ । ଏଠାରେ ଚାଲିଥିବା ୩ ଦିନିଆ ମା’ ବନ୍ଦଗୋସିନ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଥିବା ବେଳେ ଟୁର୍ଣ୍ଣାମେଣ୍ଟର ବିଜୟୀ ଓ ରନର ଅପ୍ ଦଳକୁ ଟ୍ରଫି ସହିତ ପୁରସ୍କାରରେ ଗୋଟିଏ ଲେଖାଏଁ ମେଣ୍ଢା ପ୍ରଦାନ କରିଛନ୍ତି ଉପସ୍ଥିତ ଅତିଥି ବୃନ୍ଦ ।

ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ବିଜୟୀ ଦଳକୁ ମିଳିଲା ମେଣ୍ଢା ପୁରସ୍କାର

ଧାମନାଗୁଡା ଗ୍ରାମରେ ୩ ଦିନ ଧରି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ଏଥିରେ ୨୪ଟି ଦଳ ଭାଗ ନେଇଥିଲେ । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ବିଜୟୀ ଓ ରନର୍ସ ଅପ ଦଳ ପାଇଁ ଦୁଇଟି ମେଣ୍ଢା ପୁରସ୍କାର ରଖାଯାଇଥିଲା । ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଯୋଗଦେଇ ନରସିଂହ ଭତ୍ରା ଓ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶରତ କୁମାର ଗିରି ବିଜୟୀ ଗୋରାମା ଗ୍ରାମର ଫୁଟବଲ ଦଳକୁ ଟ୍ରଫି ସହ ଗୋଟିଏ ମେଣ୍ଢା ପ୍ରଦାନ କରିଥିଲେ । ସେହିଭଳି କାନାଖଡ ସରପଞ୍ଚ କୁମୁଦିନୀ ପୂଜାରୀ ରନର୍ସ ଅପ ଘଇଯୋଡି ଫୁଟବଲ ଦଳକୁ ଟ୍ରଫି ସହ ଗୋଟିଏ ମେଣ୍ଢା ପ୍ରଦାନ କରିଛନ୍ତି ।

ଏହି ମା’ ବନ୍ଦଗୋସିନ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଝରିଗାଁ ପ୍ରଥମ ଶ୍ରେଣୀୟ ରେଫରି ଟନିକ ବିଶ୍ବାସ ଖେଳ ପରିଚାଳନା କରିଥିବାବେଳେ ଲାଇନ୍ ମ୍ୟାନ ମଙ୍ଗନାଥ ଭତ୍ରା ଓ ଶଙ୍କର ସହଯୋଗ କରିଥିଲେ । ଏହି ଖେଳ ସମୟରେ ଅତିଥି ଭାବରେ କାନାଖଡ ସମିତି ସଭ୍ୟ ପ୍ରଦୀପ ବିଶ୍ଵାସ ଓ ଧାମନାଗୁଡା ୱ।ର୍ଡ ମେମ୍ବର ଅମଲ ସାନ୍ତା ଓ ଭଗତ ଭତ୍ରା, ଧନୀରାମ ଭତ୍ରା, ରୁପଚନ୍ଦ ଭତ୍ରା, ସରାଦୁ ଗୈ।ଡ, ହରି ଭତ୍ରା, ଦିନବନ୍ଧୁ ଭତ୍ରା, ସନାଧର ଭତ୍ରା, ଯୁଗସାଇ ଭତ୍ରା, ପ୍ରମୁଖ ଯୋଗଦେଇ ଥିଲେ । ଧାମନାଗୁଡା ଗ୍ରାମର ଯୁବକ ସଙ୍ଘର ସଦସ୍ୟ ଓ କର୍ମକର୍ତ୍ତାମାନେ ପ୍ରତିଯୋଗିତାରେ ସହଯୋଗ କରିଥିଲେ । ତୁଲାରାମ ଭତ୍ରା ଖେଳରେ ଖେଳାଳିଙ୍କ ମଧ୍ୟରେ ସୁନ୍ଦର ପ୍ରଦର୍ଶନ କରିଥିବାରୁ ତାଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details