ନବରଙ୍ଗପୁର:ଜିଲ୍ଲାରେ ପୁଣି ଆରମ୍ଭ ହୋଇଛି ସେରୋ ସର୍ଭେ । ଆଗାମୀ ଦିନରେ କୋରୋନା ମହାମାରୀର ତୃତୀୟ ଲହରର ସଂକ୍ରମଣ ଆଶଙ୍କା ରହିଥିବାରୁ ଏହାକୁ ଦ୍ରୁଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ସମେତ ରାଜ୍ୟର 12ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । IMR ଓ RMRC ପକ୍ଷରୁ ଜିଲ୍ଲାର 14ଟି କ୍ଲଷ୍ଟରରେ ଏହି ସର୍ଭେ କାର୍ଯ୍ୟକ୍ରମ ଜାରି ରହିଛି ।
ତେବେ ବିଭିନ୍ନ ଗ୍ରାମରୁ 40 ଜଣଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇଛି । RMRCର ବରିଷ୍ଠ ବୈଜ୍ଞାନିକ ଡକ୍ଟର ଅସିତ ମାନ ସିଂଙ୍କ ନେତୃତ୍ଵରେ ଏକ 7 ଜଣିଆ ପ୍ରତିନିଧି ଦଳ ଏହି ସର୍ଭେ କରୁଛନ୍ତି । ତେବେ ଜିଲ୍ଲାର ସଦର ବ୍ଲକର ବଡ ମସିଗାଁ ଓ ଚଟାହାଣ୍ଡି ଗ୍ରାମ ପଞ୍ଚାୟତରୁ ଏହି ସର୍ଭେ ଆରମ୍ଭ ହୋଇଛି । ନିର୍ଦ୍ଦିଷ୍ଟ ବୟସ ବର୍ଗର ବ୍ୟକ୍ତି 6ରୁ 9 ବର୍ଗର 4ଟି , 10ରୁ 17 ବର୍ଗର 8ଟି ଓ 18ରୁ ଊର୍ଦ୍ଧ୍ବ ବର୍ଗର 28ଟି ରକ୍ତ ନମୁନା ସଂଗ୍ରହ କରାଯାଇଛି ।