ଓଡିଶା

odisha

By

Published : Sep 10, 2019, 11:04 PM IST

ETV Bharat / state

ବାଟବଣା ବିକାଶ, ଖଟିଆରେ ବୁହା ହେଉଛନ୍ତି ରୋଗୀ

ସବୁବେଳେ ବିକାଶର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାରଙ୍କ ଅସଲ ବିକାଶର ଚିତ୍ର ସାମ୍ନାକୁ ଆସିଛି । ନବରଙ୍ଗପୁର ଜିଲ୍ଲାରେ ଖରାପ ରାସ୍ତା ଯୋଗୁଁ ଦୁଇ କିଲୋମିଟର ଖଟିଆରେ ବୁହା ହେଲେ ରୋଗୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ରାସ୍ତା ଖରାପ ଯୋଗୁଁ ଖଟିଆରେ ବୁହା ହେଲେ ରୋଗୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସୁନାବେଡା ପଞ୍ଚାୟତର ବାଲିପଟା ଗାଁରେ । ରାସ୍ତା ଖରାପ ଯୋଗୁଁ ଅସୁସ୍ଥ ଥିବା ଜଣେ ବୃଦ୍ଧା ମାଣିକ ସାନ୍ତଙ୍କୁ ଖଟିଆରେ ଦୁଇ କିଲୋମିଟର ବୋହି ନେଇଥିଲେ ଗାଁ ଲୋକେ । ଏହାପରେ ଏକ ଅଟୋ ସାହାଯ୍ୟରେ ଅଣାଯାଇ ନିକଟସ୍ଥ ସୁନାବେଡ଼ା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବାକୁ ପରାମର୍ଶ ଦେଇଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସୂଚନା ଯୋଗ୍ୟ ଯେ ଉମରକୋଟ ସଦର ମହକୁମା ଠାରୁ ମାତ୍ର ଦଶ କିଲୋମିଟରରେ ସୁନାବେଡ଼ା ପଞ୍ଚାୟତ । ବିକାଶ ଯେମିତି ଏହି ପଞ୍ଚାୟତର ଗ୍ରାମାଞ୍ଚଳକୁ ଅପହଞ୍ଚ । ବର୍ଷା ଋତୁ ଆସିବା ମାତ୍ରେ ଏହି ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ଦୁର୍ଦ୍ଦଶା ବଢ଼ିଯାଏ । ବାହ୍ୟ ଜଗତରୁ ଏକ ପ୍ରକାର ବିଛିନ୍ନ ହୋଇ ଯାଏ ଏହି ଅଞ୍ଚଳ। ବାଲିପଟା ଗ୍ରାମବାସୀଙ୍କ କହିବା ଅନୁଯାୟୀ ରାସ୍ତା ସମସ୍ୟା ସମ୍ପର୍କରେ ଗ୍ରାମବାସୀ ବାରମ୍ବାର ପ୍ରଶାସନଙ୍କୁ ଜଣାଇଲେ ମଧ୍ୟ କୌଣସି ଲାଭ ହେଉ ନାହିଁ । ରୋଗରେ କେହି ଆକ୍ରାନ୍ତ ହେଲେ କିମ୍ବା ଗର୍ଭବତୀ ମହିଳାନଙ୍କୁ ଚିକିତ୍ସାଳୟ ନେବାକୁ ହେଲେ ବହୁତ ଅସୁବିଧାରେ ଖଟିଆରେ ନେବାକୁ ପଡୁଛି । ବାଲିପଟା ଗାଁ ଠାରୁ 2କିଲୋମିଟର ବୋହି ବୋହି ଆଣିବା ପରେ ଅଟୋ ରିକ୍ସା ସାହାଯ୍ୟରେ ସ୍ବାସ୍ତ୍ୟ କେନ୍ଦ୍ରକୁ ନିଆ ଯାଉଥିବା ରହିଛି ସୂଚନା।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details