ଓଡିଶା

odisha

ETV Bharat / state

ଲକ୍ଷ୍ମୀ ଯୋଜନାକୁ ବିରୋଧ, ନବରଙ୍ଗପୁରରେ ୨୪ ଘଣ୍ଟିଆ ବସ ଚଳାଚଳ ବନ୍ଦ

ନବରଙ୍ଗପୁରରେ ୨୪ ଘଣ୍ଟିଆ ବସ୍‌ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ । ଅଧିକ ପଢ଼ନ୍ତୁ

bus service stopped in Nabarangpur
bus service stopped in Nabarangpur

By ETV Bharat Odisha Team

Published : Oct 2, 2023, 12:00 PM IST

bus service stopped in Nabarangpur

ନବରଙ୍ଗପୁର: ଲକ୍ଷ୍ମୀ ଯୋଜନାରେ ରାଜଧାନୀରୁ ପ୍ରତ୍ୟେକ ପଞ୍ଚାୟତକୁ ଗଡିବ ବସ । ଯୋଜନାର ଶୁଭାରମ୍ଭ ହୋଇନଥିବା ବେଳେ ଆରମ୍ଭରୁ ଏହାକୁ ପ୍ରତିବାଦ କରିଛନ୍ତି ନବରଙ୍ଗପୁର ଜିଲ୍ଲା ଘରୋଇ ବସ ମାଲିକ ସଂଘ। ବିନା ଆଲୋଚନାରେ ସରକାରଙ୍କ ଦ୍ଵାରା ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରିତା ପ୍ରତିବାଦରେ ଘରୋଇ ବସ ମାଲିକ ସଂଘ ଆଜି ୨୪ ଘଣ୍ଟିଆ ବସ ଚଳାଚଳ ବନ୍ଦ କରିଛି। ଫଳରେ ଜିଲ୍ଲାରେ ୧୨୦ ଟି ବସ ଚଳାଚଳ ବନ୍ଦ ରହିଛି । ଆଜି(ସୋମବାର) ସକାଳ ୬ଟାରୁ ଆସନ୍ତାକାଲି(ମଙ୍ଗଳବାର) ସକାଳ ୬ଟା ପର୍ଯ୍ୟନ୍ତ ବସ ଚଳାଚଳ ବନ୍ଦ ରହିବ ।

ଘରୋଇ ବସ୍‌ ମାଲିକ ସଂଘ ଲକ୍ଷ୍ମୀ ଯୋଜନାକୁ ସ୍ୱାଗତ କରିଥିବା ବେଳେ ସରକାର କିନ୍ତୁ ସେମାନଙ୍କ ସହିତ ଆଲୋଚନା କରିନାହାନ୍ତି । ଏକ ପାଖିଆ ନିଷ୍ପତି ନେଇ ଯୋଜନା କାର୍ଯ୍ୟକାରୀ କରିଥିବା ଅଭିଯୋଗ କରି ତାହାକୁ ଦୃଢ଼ ବିରୋଧ କରିଛି ସଂଘ । ପୂର୍ବରୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଘରୋଇ ବସ୍‌ ଗୁଡ଼ିକ ଉପାନ୍ତ ଅଞ୍ଚଳକୁ ଯାଉଥିଲା । କିନ୍ତୁ ସରକାର ବିନା ଆଲୋଚନାରେ ରାଜଧାନୀରୁ ପ୍ରତ୍ୟେକ ପଞ୍ଚାୟତକୁ ଗାଡି ଚଳାଚଳ କରିବା ନିଷ୍ପତିକୁ ବିରୋଧ କରିଛି ସଂଘ । ଅପରପକ୍ଷରେ ଘରୋଇ ବସ ଚଳାଚଳ ବନ୍ଦ ରହିଥିବାରୁ ଏହି ବସ୍‌ଗୁଡିକ ଉପରେ ନିର୍ଭରଶୀଳ ଥିବା ଦୂରଦୂରାନ୍ତରୁ ଯାତ୍ରୀ ହଇରାଣ ହେଉଥିବା ଦେଖିବାକୁ ମିଳିଛି । ତେବେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ହୋଇନଥିବା ବେଳେ ବସ୍‌ କିନ୍ତୁ ନବରଙ୍ଗପୁରରେ ପହଞ୍ଚିଛି ।

ଏହା ମଧ୍ୟ ପଢନ୍ତୁ-'ଗାଁରୁ ରାଜଧାନୀ ଗଡିବ ଲକ୍ଷ୍ମୀ, ସମାଧାନ ହେବ ଘରୋଇ ବସ ସମସ୍ୟା'

ଭୁବନେଶ୍ୱର ସହ ଯୋଡି ହେବ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତ । ଲକ୍ଷ୍ମୀ ଯୋଜନା ମାଧ୍ୟମରେ ରାଜ୍ୟ ସରକାର ସାଧାରଣ ପରିବହନ ବ୍ୟବସ୍ଥାରେ ଆରମ୍ଭ କରିବାକୁ ଯାଉଛନ୍ତି ନୂଆ ଅଧ୍ୟାୟ । ରାଜଧାନୀରୁ ପଞ୍ଚାୟତକୁ ସହଜରେ ପରିବହନ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ଲକ୍ଷ୍ମୀ ଯୋଜନା ଆରମ୍ଭ ହୋଇଛି । ଯୋଜନାରେ ତିନି ବର୍ଷରେ ଖର୍ଚ୍ଚ ହେବ ୩୧୭୮ କୋଟି । ଏହି ଟଙ୍କା ଖର୍ଚ୍ଚ କରିବା ଲାଗି ରାଜ୍ୟ ସରକାର ବ୍ୟୟ ବରାଦ କରିଛନ୍ତି । ସରକାର ଏହି ନୂଆ ଯୋଜନାରେ କେବଳ ସହର ଓ ଗ୍ରାମାଞ୍ଚଳ ମଧ୍ୟରେ ପରିବହନ ସୁନିଶ୍ଚିତ କରିବ ତାହା ନୁହେଁ, ବରଂ ରାସ୍ତା ଓ ସେତୁ ନିର୍ମାଣ ମରାମତି କାର୍ଯ୍ୟକୁ ଗୁରୁତ୍ବ ଦେବ । ଏହି ଯୋଜନାରେ ରାଜ୍ୟରେ ହଜାରରୁ ଅଧିକ ବସ ଚଳାଚଳ କରାଯିବ । ଏହାର ଅବଧି ୧୦ ବର୍ଷ ପର୍ଯ୍ୟନ୍ତ ରହିବ । ଯୋଜନାର ସମୀକ୍ଷା ଓ ସୁଫଳ ପ୍ରଦର୍ଶନ ଆଧାରରେ ଆଉ ୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବ ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details