ଓଡିଶା

odisha

ETV Bharat / state

‘ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଧ୍ୟାନ ଦେବି’

ନବରଙ୍ଗପୁରରେ ନୂଆ ଏସପି ଭାବେ ଯୋଗ ଦେଲେ ପ୍ରହଲ୍ଲାଦ ମିନା । ଏହା ପୂର୍ବରୁ ସେ ମାଲକାନଗିରି SDPO ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ । ଅଧିକ ପଢନ୍ତୁ...

By

Published : Dec 26, 2020, 7:34 AM IST

ନବରଙ୍ଗପୁରରେ ନୂଆଁ ଏସପି ଭାବେ ଯୋଗ ଦେଲେ ପ୍ରହଲ୍ଲାଦ ମିନା
ନବରଙ୍ଗପୁରରେ ନୂଆଁ ଏସପି ଭାବେ ଯୋଗ ଦେଲେ ପ୍ରହଲ୍ଲାଦ ମିନା

ନବରଙ୍ଗପୁର: ନୂଆ ଏସପି ଭାବେ ଯୋଗ ଦେଲେ ପ୍ରହଲ୍ଲାଦ ମିନା । ନବରଙ୍ଗପୁର ଏସପି ନୀତିନ କୁସଲକର ବଲାଙ୍ଗୀର ଏସପି ଭାବେ ବଦଳି ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବେ ପ୍ରହଲ୍ଲାଦ ମିନା ଯୋଗ ଦେଇଛନ୍ତି । ଏହା ପୂର୍ବରୁ ସେ ମାଲକାନଗିରି sdpo ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ ।

ନବରଙ୍ଗପୁରରେ ନୂଆଁ ଏସପି ଭାବେ ଯୋଗ ଦେଲେ ପ୍ରହଲ୍ଲାଦ ମିନା

ନୂତନ ଭାବେ ଯୋଗ ଦେବା ପରେ ସାମ୍ବାଦିକ ମାନଙ୍କୁ ନିଜ ପ୍ରତିକ୍ରିୟାରେ ମିନା କହିଛନ୍ତି ଯେ, ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବିଶେଷ ଧ୍ୟାନ ଦିଆଯିବ । ବିଗତ ଦିନରେ ଯେପରି ଜିଲ୍ଲାରେ ଗଞ୍ଜେଇ ମାଫିଆ ମାନଙ୍କୁ ସାବାଡ କରାଯାଇଛି ତାହା ଆଗକୁ ମଧ୍ୟ ତାହା ଜାରି ରହିବ । ଏହା ସହ ଅପରାଧିକ କାର୍ଯ୍ୟକଳାପ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରହିବ ବୋଲି ପ୍ରହଲ୍ଲାଦ ମିନା କହିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details