ଓଡିଶା

odisha

ETV Bharat / state

ଆର୍ମି ଅଫିସରଙ୍କ ଶୁଆ ପ୍ରେମ, ରୀତିନୀତିରେ କଲେ ଅନ୍ତିମ ସଂସ୍କାର

ଦୀର୍ଘ 30 ବର୍ଷର ସମ୍ପର୍କ ତୁଟାଇ ଚିର ନିଦ୍ରାରେ ଶୋଇଗଲା ରିପୁ । ଝୁରୁଛନ୍ତି ଘର ପରିବାର ଆଉ ସାଥୀ ମାନେ । ଅଧିକ ପଢନ୍ତୁ...

By

Published : Oct 27, 2020, 7:36 AM IST

ରୀତି ନୀତିରେ ହେଲା ମୃତ ଶୁଆର ସତ୍କାର
ରୀତି ନୀତିରେ ହେଲା ମୃତ ଶୁଆର ସତ୍କାର

ନବରଙ୍ଗପୁର: ସ୍ନେହ, ପ୍ରେମ ଓ ମମତା ଦେଇ ଗୋଟେ ହିଂସ୍ର ବା ବିଷାକ୍ତ ଜନ୍ତୁକୁ ବି ନିଜର ବଶରେ କରିହେବ । ଆଉ ସେ ତ ଗୋଟେ କୋମଳ ପକ୍ଷୀ ଥିଲା । ଆଉ ପୁଣି ଗୃହପାଳିତ ପକ୍ଷୀ ମାନଙ୍କ ଭିତରୁ ଗୋଟିଏ । କେମିତି ବା ସେ ସ୍ନେହରେ ବାନ୍ଧି ହୋଇନଥାନ୍ତା । ଆମେ କହୁଛୁ ନବରଙ୍ଗପୁରର ଉମରକୋଟ ଗୁଲିପାଟଣା ସାହିର ଲୋଚନ ସ୍ବାଇଁଙ୍କ ପାଳିତ ଶୁଆ କଥା । ଦୀର୍ଘ 30 ବର୍ଷରୁ ଉର୍ଦ୍ଧ୍ବ ହେବ ସେ ଏକ ଶୁଆ ଆଣି ଘରେ ପାଳିଥିଲେ । ଆଉ ତାର ନାଁ ଦେଇଥିଲେ ରିପୁ । ପ୍ରତ୍ୟେକ ଦିନ ରିପୁର ଡାକ ଶୁଣୁଥିଲେ ଅବସରପ୍ରାପ୍ତ ଆର୍ମି ଅଫିସର ଲୋଚନ । ସେ ଜଣେ ପକ୍ଷୀ ପ୍ରେମୀ ହୋଇଥିବାରୁ ଏହି 30 ବର୍ଷ ଭିତରେ ଆଉ 3 ଗୋଟି ଶୁଆ ଆଣି ପାଳୁଥିଲେ ।

ରୀତି ନୀତିରେ ହେଲା ମୃତ ଶୁଆର ସତ୍କାର

ସମସ୍ତେ ଶୁଆକୁ ପଞ୍ଜୁରୀରେ ରଖୁଥିବା ବେଳେ, ଲୋଚନ ସ୍ବାଇଁ କିନ୍ତୁ ଏମାନଙ୍କୁ ପୁରାପୁରୀ ସ୍ବାଧୀନତା ଦେଇ ଛାଡି ଦେଇଥିଲେ । ହେଲେ 4 ଗୋଟି ଶୁଆ କୁଆଡେ ଉଡିନଯାଇ ସେମିତି ଘର ଭିତରେ ହିଁ ବୁଲୁଥିଲେ । ଆଉ ଏବେ ରିପୁର ମୃତ୍ୟ ହେବାରୁ ପରିବାରର ସମସ୍ତେ ଭାଙ୍ଗିପଡିଛନ୍ତି । ପରିବାରର ଏକ ସଦସ୍ୟ ଭାବେ ହିନ୍ଦୁ ଧର୍ମ ରୀତିନୀତି ଅନୁସାରେ ସମସ୍ତ କାର୍ଯ୍ୟ କରିଛନ୍ତି ଲୋଚନ । ତେବେ ଖାଲି ପରିବାର ଲୋକ ନୁହଁ ଲୋଚନଙ୍କ ଘରେ ଥିବା ଆଉ ତିନୋଟି ଶୁଆ ମଧ୍ୟ ଝୁରୁଥିଲେ ରିପୁକୁ । ଯାହାର ଦୃଶ୍ୟ ଦେଖିଲେ ଆପଣଙ୍କୁ ମଧ୍ୟ ତାଜୁବ ଲାଗିବ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details