ଓଡିଶା

odisha

ETV Bharat / state

ନବରଙ୍ଗପୁର ସହରରେ ବୁଲିଲେ 2 ଭାଲୁ, ଲୋକେ ଆତଙ୍କିତ

ଗତ କିଛି ଦିନ ହେବ ନବରଙ୍ଗପୁରର ଜାମାଲ କଲୋନୀରେ 2ଟି ଭାଲୁ ବୁଲୁଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ଭୟଭୀତ ହୋଇଛନ୍ତି ସହରବାସୀ । ଏପଟେ ବନ ବିଭାଗ ଖବର ପାଇ କଲୋନୀରେ ଭାଲୁ ଧରିବା ପାଇଁ ପାଞ୍ଚଟି ଜନ୍ତା ବସାଇଛି ।

By

Published : Jul 27, 2019, 11:34 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ନବରଙ୍ଗପୁରରେ ଭାଲୁ ଆତଙ୍କ । ଗତ କିଛି ଦିନ ହେବ ଜାମାଲ କଲୋନୀରେ 2ଟି ଭାଲୁ ବୁଲୁଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ଭୟଭୀତ ସହରବାସୀ ।

ଗତ କିଛି ଦିନ ଉପରୋକ୍ତ କଲୋନୀରେ ସନ୍ଧ୍ୟା ହେଲେ ସହର ମଧ୍ୟକୁ 2ଟି ଭାଲୁ ଚାଲି ଆସୁଥିବା ଦେଖାଯାଉଛି । ଫଳରେ ଘରେ ଭାଲୁ ପଶିଯିବା ଭୟରେ ସନ୍ଧ୍ୟାରେ କଲୋନୀର ସମସ୍ତ ଘରର ବାହାରର ତାଲା ପଡିଯାଉଛି । ଲୋକେ ବାହାରକୁ ବାହାରିବା ପାଇଁ ମଧ୍ୟ ଭୟ କରୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ତେବେ ବନ ବିଭାଗ ଏ ସମ୍ପର୍କରେ ଖବର ପାଇବା ପରେ ସଜାଗ ହୋଇଉଠିଛି । ଭାଲୁ ଯେପରି କାହାର କୌଣସି କ୍ଷତି ନକରେ, ସେ ନେଇ ଭାଲୁକୁ ଧରିବା ପାଇଁ କଲୋନୀରେ ପାଞ୍ଚଟି ଜନ୍ତା ରଖାଯାଇଥିବା ସୂଚନା ମିଳିଛି । ତେବେ ଜିଲ୍ଲାରେ ଧୀରେ ଧୀରେ ଜଙ୍ଗଲର ଅବକ୍ଷୟ ହେଉଥିବାରୁ ଜଙ୍ଗଲୀ ଜନ୍ତୁ ବାଧ୍ୟ ହୋଇ ସହର ଓ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳିଛି ।

ନବରଙ୍ଗପୁର ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details