ନବରଙ୍ଗପୁର: ବଜ୍ରପାତରେ ମହିଳା ମୃତ । ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ବି.ଗୁମଣ୍ଡଳୀ ଗ୍ରାମରେ । ମୃତ ମହିଳା ଜଣଙ୍କ ହେଉଛନ୍ତି ୫୫ ବର୍ଷିୟା ଧନମୋତି ମାଝୀ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ ଧନମୋତି ମାଝୀ ଧାନ ରୋଇବାକୁ ଗ୍ରାମ ନିକଟସ୍ଥ ଏକ ଧାନ ବିଲକୁ ଯାଇଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା ।
ବିଲରେ କାମ କରୁଥିଲେ ମାରିଲା ବିଜୁଳି, ଚାଲିଗଲା ଜୀବନ
ନବରଙ୍ଗପୁର ଜିଲ୍ଲା ବାମୁଣି ପଞ୍ଚାୟତର ବି.ଗୁମଣ୍ଡଳୀ ଗ୍ରାମରେ ଅଭାବନୀୟ ଘଟଣା । ବଜ୍ରପାତରେ ମହିଳା ମୃତ । ଅଧିକ ପଢନ୍ତୁ...
ବଜ୍ରପାତରେ ମହିଳା ମୃତ
ଖବର ପାଇ କୋଷାଗୁମୁଡା ଥାନା ବଡ଼ଆମ୍ବଡା ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ କୋଷାଗୁମୁଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏନେଇ କୋଷାଗୁମୁଡା ଥାନା ବଡ଼ଆମ୍ବଡା ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି । ମୃତକ ପରିବାର ଏକ ଗରିବ ପରିବାର ହୋଇଥିବାରୁ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ