ଓଡିଶା

odisha

ETV Bharat / state

ନବରଙ୍ଗପୁରରେ ଜଙ୍ଗଲି ଭାଲୁ ଉଦ୍ଧାର

ଦୀର୍ଘ ଦିନ ଧରି ନନ୍ଦାହାଣ୍ଡି ଗାଁ ଅଞ୍ଚଳରେ ଏକ ଭାଲୁ ପ୍ରତିଦିନ ରାତିରେ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହେଉଥିଲା । ତେଣୁ 4ଦିନ ପ୍ରୟାସ ପରେ ଶନିବାର ଭାଲୁକୁ ଧରିବାରେ ସଫଳ ହୋଇଛି ନବରଙ୍ବଗପୁର ନବିଭାଗ ।

By

Published : Jun 16, 2019, 4:39 AM IST

Updated : Jun 16, 2019, 6:29 AM IST

ଫଟୋ ସୌଜନ୍ଯ:ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ଗାଁରୁ ଏକ ଜଙ୍ଗଲି ଭାଲୁକୁ ଧରିବାରେ ସଫଳ ହୋଇଛି ବନବିଭାଗ । ଦୀର୍ଘ ଦିନ ଧରି ନନ୍ଦାହାଣ୍ଡି ଗାଁ ଅଞ୍ଚଳରେ ଏକ ଭାଲୁ ପ୍ରତିଦିନ ରାତିରେ ଖାଦ୍ୟ ଅନ୍ୱେଷଣ ରେ ଜନବସତି ମୁହାଁ ହେଉଥିଲା । ଏଭଳିକି ଦିନ ବେଳା ମଧ୍ୟ ଗାଁ ନିକଟକୁ ଆସୁଥିବା ଦେଖିବାକୁ ମିଳୁଥିଲା । ତେଣୁ 4ଦିନ ପ୍ରୟାସ ପରେ ଶନିବାର ଭାଲୁକୁ ଧରିବାରେ ସଫଳ ହୋଇଛି ବନବିଭାଗ ।

ଭିଡିଓ ସୌଜନ୍ଯ:ସମ୍ବାଦଦାତା, ନବରଙ୍ଗପୁର

ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ନନ୍ଦାହାଣ୍ଡି ଗାଁ ଅଞ୍ଚଳରେ ଏକ ଭାଲୁ ଗାଁର ବିଭିନ୍ମ ଫସଲ ନଷ୍ଟ କରିବା ସହ ଲୋକଙ୍କ ଘର ଭିତରେ ମଧ୍ୟ ପସିଯାଉଥିବାରୁ ଗାଁ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।

ତେଣୁ ଏନେଇ ଗ୍ରାମବାସୀମାନେ ନବରଙ୍ଗପୁର ରେଞ୍ଜର ଅଫିସରଙ୍କୁ ଭାଲୁକୁ ଧରିବାପାଇଁ ଅନୁରୋଧ କରିଥିଲେ । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ଭାଲୁ ଧରିବା ପାଇଁ ଗତ 4ଦିନ ହେବ ପ୍ରୟାସ ଆରମ୍ଭ ହୋଇଥିଲା । ଗାଁ ଜଙ୍ଗଲ ନିକଟରେ ଯନ୍ତା ବସାଇ ବନବିଭାଗର ସ୍ୱତନ୍ତ୍ର ବନ୍ୟଜନ୍ତୁ ସୁରକ୍ଷା ଟିମର 4 ଜଣ କର୍ମଚାରୀ ଜଗି ରହିଥିଲେ ।

ତେଣୁ ଶନିବାର ଭାଲୁଟି ଖାଦ୍ୟ ଅନ୍ବେଷଣରେ ଆସୁଥିବାବେଳେ ଯନ୍ତାରେ ପଡିଯାଇଥିଲା । ଭାଲୁକୁ ଧରିବା ପରେ ବନବିଭାଗ ଭାଲୁଟିକୁ ନବରଙ୍ଗପୁର ନିକଟ ହରିଣ ପାର୍କରେ ରଖିଛନ୍ତି । ତେବେ ଭାଲୁର ପ୍ରାଥମିକ ଚିକିତ୍ସା ପରେ ଭାଲୁକୁ ଅନ୍ୟ କୌଣସି ଜଙ୍ଗଲରେ ଛାଡିଦିଆଯିବ ବୋଲି ସୂଚନା ଦେଇଛନ୍ତି ବନବିଭାଗ ଅଧିକାରୀ ।

ନବରଙ୍ଗପୁରରୁ ତପନ କୁମାର ବିଶୋଇ, ଇଟିଭି ଭାରତ

Last Updated : Jun 16, 2019, 6:29 AM IST

ABOUT THE AUTHOR

...view details