ଓଡିଶା

odisha

ଲଗାଣ ବର୍ଷା ହେଲା କାଳ, କାନ୍ଥ ପଡି ବୃଦ୍ଧ ମୃତ

By

Published : Jul 13, 2022, 1:14 PM IST

ଲଗାଣବର୍ଷାରେ ପୁଣି ଅଘଟଣ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ କାନ୍ଥ ଭୁଶୁଡି ବୃଦ୍ଧ ମୃତ । ଅଧିକ ପଢନ୍ତୁ

ନବରଙ୍ଗପୁରରେ ଲଗାଣ ବର୍ଷା, କାନ୍ଥ ପଡି ବୃଦ୍ଧ ମୃତ
ନବରଙ୍ଗପୁରରେ ଲଗାଣ ବର୍ଷା, କାନ୍ଥ ପଡି ବୃଦ୍ଧ ମୃତ

ନବରଙ୍ଗପୁର:ଲଗାଣବର୍ଷାରେ ପୁଣି ଅଘଟଣ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ କାନ୍ଥ ଭୁଶୁଡି ବୃଦ୍ଧ ମୃତ । ଖବରପାଇ ତେନ୍ତୁଳିଖୁଣ୍ଟି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି ।

ସୂଚନାଅନୁସାରେ, ଧଣ୍ଡରା ଗ୍ରାମର ବୃଦ୍ଧ ଗଙ୍ଗାଧର ଶୌରା (୬୪)ଗତକାଲି(ମଙ୍ଗଳବାର) ରାତିରେ ଶୋଇଥିବା ସମୟରେ ପ୍ରବଳ ବର୍ଷା ଯୋଗୁଁ ଘର ଟି ଅଧାରୁ ଅଧିକ ଭୁଶୁଡି ପଡିଥିଲା । ଫଳରେ ବୃଦ୍ଧ ଜଣକ ଭଙ୍ଗା କାନ୍ଥ ତଳେ ଚାପି ହୋଇ ଯାଇଥିଲେ ଓ ଘଟଣା ସ୍ଥଳରେ ହିଁ ଗଙ୍ଗାଧରଙ୍କ ମୃତ୍ୟୁ ହୋଇଯାଇଥିଲା । ଖବରପାଇ ନନ୍ଦାହାଣ୍ଡି ତହସିଲଦାର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ତେନ୍ତୁଳିଖୁଣ୍ଟି ପୋଲିସ୍ ଘଟଣା ସ୍ଥଳକୁ ଯାଇ ମୃତଦେହ ଜବତ କରିଛନ୍ତି ।

ନବରଙ୍ଗପୁରରେ ଲଗାଣ ବର୍ଷା

ନବରଙ୍ଗପୁର ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ତେବେ ଲଗାଣବର୍ଷା ଫଳରେ କଚ୍ଚା ଘରେ ରହୁଥିବା ପରିବାରମାନେ ଆତଙ୍କିତ ହୋଇପଡିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details