ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିରେ ଓଡିଶା ମୋଟର ଚାଳକ ସଂଘର ବିଭିନ୍ନ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି | ପାପଡାହାଣ୍ଡି ଚାଳକ ସଂଘ ସହ ଡାବୁଗାଁ, ମଇଦଲପୂର, ନବରଙ୍ଗପୁରର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ |
ଭିଡିଓ ସୌଜନ୍ୟ: ସମ୍ବା ଦଦାତା, ନବରଙ୍ଗପୁର ତେବେ ଏନେଇ ଏକ ବିଶାଳ ଶୋଭାଯାତ୍ରା ସ୍ଥାନୀୟ ପଶୁ ଚିକିତ୍ସାଳୟ ନିକଟରୁ ବାହାରି ଗ୍ରାମ ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା | ଏହି ଶୋଭାଯାତ୍ରାରେ ସ୍ଲୋଗାନ ଓ ଫ୍ଲାଗ କାର୍ଡ ଦ୍ବାରା ସଡକ ସଚେତନ ସହ ଚାଳକଙ୍କର ସାମାଜିକ ସୁରକ୍ଷା ନେଇ ଲୋକଙ୍କୁ ସଚେତନ କରାଯାଇଥିଲା ।
ଏହାପରେ ଡାକ ବଙ୍ଗଳାଠାରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା | ବୈଠକରେ ଚାଳକ ମାନଙ୍କର ସମସ୍ୟା ଗୁଡିକ କିପରି ଦୂର ହେବ ସେନେଇ ଆଲୋଚନା ହୋଇଥିବା ବେଳେ କଲ୍ୟାଣୀ ପାଣ୍ଠି ଗଠନ, ସାମାଜିକ ସୁରକ୍ଷା ଓ ପାପଡାହାଣ୍ଡି ଠାରେ ଏକ ସ୍ଥାୟୀ ଟ୍ୟାକ୍ସି ଷ୍ଟାଣ୍ଡ ନିର୍ମାଣ ନେଇ ଆଲୋଚନା ହୋଇଥିଲା ।
ବୈଠକରେ ବ୍ଲକ ଚାଳକ ସଂଘ ସଭାପତି ଗୁରୁ ପ୍ରସାଦ ପଣ୍ଡା, ସମ୍ପାଦକ ନରସିଂ ହରିଜନ, ସହ ସମ୍ପାଦକ ସୁରଜିତ ପଟ୍ଟନାୟକ, କୋଷାଧକ୍ଷ ଉମେଶ ଅଧିକାରୀ, ରାଜ୍ୟ ମୋଟର ଚାଳକ ସଙ୍ଘର ସାଧାରଣ ସମ୍ପାଦକ ପ୍ରଭାକର ମଲିକ, ରାଜ୍ୟ ମୋଟର ଚାଳକ କଲ୍ୟାଣ ପାଣ୍ଠିର ସଭାପତି ଦେବଦତ୍ତ ଡାକୁଆ, ନବରଙ୍ଗପୁର ସଭାପତି ବାବୁଲା ବାବୁ, ମଇଦଲପୁର ଶାଖା ଚାଳକ ସଙ୍ଘର ସଭାପତି ନରହରି ମାଝୀ ପ୍ରମୁଖ ଯୋଗ ଦେଇଥିଲେ ।
ନବରଙ୍ଗପୁରରୁ ତପନ ବିଶୋଇ, ଇଟିଭି ଭାରତ