ନବରଙ୍ଗପୁର: ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରୁ ଦୋକାନ ଉଚ୍ଛେଦ ପାଇଁ ନୋଟିସ ଜାରି କଲା ପ୍ରଶାସନ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକର ସୀମା ଭିତରେ ଥିବା ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟର ଦୁଇ ପାର୍ଶ୍ଵରେ କିଛି ଦୋକାନ ବଜାର ଥିବା ଦେଖିବାକୁ ମିଳିଛି ।
ଏନେଇ ନନ୍ଦାହାଣ୍ଡି ତହସିଲଦାର ପକ୍ଷରୁ ୧୫ ରୁ ୨୦ ଜଣ ଦୋକାନକୁ ନୋଟିସ ଜାରି କରାଯିବା ସହ ଯଥାଶୀଘ୍ର ଦୋକାନ ବଜାର ଉଠାଇବା ପାଇଁ ତାଗିତ କରିଛନ୍ତି । ନଚେତ ୭ ରୁ ୮ ତାରିଖ ସୁଦ୍ଧା ସମସ୍ତ ଦୋକାନ, ଘର ସପୂର୍ଣ୍ଣ ଭାଙ୍ଗିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା କହିଛନ୍ତି ସରକାରୀ କର୍ମଚାରୀ ।