ନବରଙ୍ଗପୁର: କୃଷି ଓ ଜଳ ସମ୍ପଦ ବିଭାଗରେ ଭାରତର ୧୧୫ଟି ଆକାଂକ୍ଷା ଜିଲ୍ଲାକୁ ପଛରେ ପକାଇ ନୀତି ଆୟୋଗର ୮୨ ତମ ଡେ଼ଲ୍ଟା ରାଂକିଂରେ ନବରଙ୍ଗପୁର ଜିଲା ସର୍ବଶ୍ରେଷ୍ଠ ମାନ୍ୟତା ହାସଲ କରିଛି । ନୀତି ଆୟୋଗ ପକ୍ଷରୁ କୃଷି କ୍ଷେତ୍ର ଅଭିବୃଦ୍ଧିକୁ ନେଇ ଗତ ଜୁଲାଇରେ ୧୦ଟି ମାପକାଠିକୁ ନେଇ ରାଂକିଂ କରାଯାଇଥିଲା । ବିଶେଷ କରି ଖାଦ୍ୟ ଶସ୍ୟ ଉତ୍ପାଦନ, ବିକ୍ରିବଟା, ପ୍ରାମାଣିକ ଅଧିକ ଅମଳକ୍ଷମ ବିହନ ବିତରଣ, ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା, ଫସଲ ବୀମା, କୃଷିରୁଣ, ଅନଲାଇନ ମାର୍କେଟିଙ୍ଗ, କୁତ୍ରିମ ପ୍ରଯୋଜନ, ପଶୁ ମାନଙ୍କ ଟୀକାକରଣ ଓ ଜଳ ସେଚନ ରହିଥିଲା ।
ଗତ ଋତୁରେ ଏକ ଲକ୍ଷ ୯୯ହଜାର ୫୧୪ ହେକ୍ଟର ଧାନ ଅମଳ ର ଲକ୍ଷ୍ୟ ରଖାଯାଇଥିଲା ବେଳେ ଶତ ପ୍ରତିଶତ ରୁ ଅଧିକ ଅମଳ କରାଯାଇଥିଲା । ବିହନ ବିତରଣ ମଧ୍ୟ ୧୦୦ପ୍ରତିଶତ ଭାବେ ୧୬୮୦୦କ୍ୟୁଣ୍ଟାଲ ଚାଷୀଙ୍କୁ ଦିଆଯାଇଥିଲା । ଗତ ବର୍ଷ ତୁଳନାରେ ପ୍ରାୟ ୩ ଗୁଣା ଅଧିକା ଚାଷୀ ଫସଲ ବୀମା ଯୋଜନା ରେ ସାମିଲ ହୋଇଛନ୍ତି । ବର୍ତମାନ ସୁଦ୍ଧା ଜିଲ୍ଲାରେ ୨୪ହଜାର ୪୧୭ ଚାଷୀ ଫସଲ ବୀମା ପାଇଁ ପଞ୍ଜିକରଣ କରିଛନ୍ତି । ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷାରେ ୬୬ହଜାର ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ।