ଓଡିଶା

odisha

ETV Bharat / state

ନୂଆ ଟ୍ରାଫିକ ନିୟମକୁ ନେଇ ନବରଙ୍ଗପୁରରେ ସଚେତନତା କାର୍ଯ୍ୟକ୍ରମ - ନବରଙ୍ଗପୁର ଆଞ୍ଚଳିକ ପରିବହନ ବିଭାଗ

ନବରଙ୍ଗପୁର ଆଞ୍ଚଳିକ ପରିବହନ ବିଭାଗ ଓ ତେନ୍ତୁଳିଖୁଣ୍ଟି ପୋଲିସ ନୂତନ ଭାବରେ ଲାଗୁ ହୋଇଥିବା ପରିବହନ ନିୟମ ବିଷୟରେ ଲୋକଙ୍କୁ ସଚେତନ କରାଇଛନ୍ତି । ଏଥିସହ ନୂତନ ନିୟମ ଉଲ୍ଲଘଂନ କଲେ ଲୋକଙ୍କୁ ଜୋରିମାନା ଦେବାକୁ ହେବ ବୋଲି କାର୍ଯ୍ୟକ୍ରମରେ ସ୍ପଷ୍ଟ କରାଯାଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ନବରଙ୍ଗପୁର

By

Published : Sep 15, 2019, 3:21 AM IST

ନବରଙ୍ଗପୁର : ନୂତନ ପରିବହନ ନିୟମକୁ ନେଇ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ତେନ୍ତୁଳିଖୁଣ୍ଟି ପୋଲିସ ସହାୟତାରେ ସଚେତନତା କାର୍ଯ୍ୟକ୍ରମ କାର୍ଯ୍ୟକ୍ରମର ଆୟୋଜନ କରିଛି ।

ତେନ୍ତୁଳିଖୁଣ୍ଟି ଥାନା ଆଇଆଇସି ପରମାନନ୍ଦ ସୁନାନୀ ଓ ଆଞ୍ଚଳିକ ପରିବହନ ବିଭାଗ, ନବରଙ୍ଗପୁର ସବ ଇନ୍ସପେକ୍ଟର ମିଥୁନ ପ୍ରଧାନଙ୍କ ନେତୃତ୍ବରେ ଥାନାର ସମସ୍ତ କର୍ମଚାରୀ ଲୋକଙ୍କୁ ସଚେତନ କରିଛନ୍ତି । କୁର୍ମାକୋଟ ଛକଠାରୁ ଏକ ରାଲି ବାହାରି ତେନ୍ତୁଳିଖୁଣ୍ଟି ଗ୍ରାମରେ ପହଞ୍ଚି ଲୋକଙ୍କୁ ପରିବହନର ନୂଆ ନିୟମ ବିଷୟରେ ସଚେତନ କରାଇଥିଲେ ।

ପରିବହନର ନୂଆ ନିୟମ ଉଲ୍ଲଘଂନ କଲେ ଲୋକଙ୍କୁ କଡା ଜୋରିମାନାର ବ୍ୟବସ୍ଥା ରହିଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଏସଆଇ କୁବେର ଦିଗାଲ, ବିଜୟ କୁମାର ସେଠୀ ଓ ଅନ୍ୟ କର୍ମଚାରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details