ଓଡିଶା

odisha

ETV Bharat / state

ନବରଙ୍ଗପୁରର ସୁରଭି ରୋମରେ ସମ୍ମାନିତ

ନବରଙ୍ଗପୁର ସହରର ସୁରଭି ଜୈନ ଇଟାଲୀର ରୋମ ଠାରେ ଆୟୋଜିତ 'ସିଭିଲ ଷ୍ଟ୍ରକଚରାଲ ଓ ଅନ୍ଵରମେଣ୍ଟ ଇଂଜିନିୟରିଂ (ସିଏସଇଇ-୨୦୧୯)' କାର୍ଯ୍ୟକ୍ରମରେ ସମ୍ମାନିତ ହୋଇଛନ୍ତି  I

By

Published : May 1, 2019, 8:02 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ସହରର ସୁରଭି ଜୈନ ଇଟାଲୀର ରୋମ ଠାରେ ଆୟୋଜିତ 'ସିଭିଲ ଷ୍ଟ୍ରକଚରାଲ ଓ ଅନ୍ଵରମେଣ୍ଟ ଇଂଜିନିୟରିଂ (ସିଏସଇଇ-୨୦୧୯)' କାର୍ଯ୍ୟକ୍ରମରେ ସମ୍ମାନିତ ହୋଇଛନ୍ତି I ୩ ଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ୪୦ ଟି ଦେଶରୁ ୮୩ ଜଣ ବିଭିନ୍ନ ବିଷୟରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସୁରଭି "Evolution of Microbus suitability for bio-modification of geo-material using micro-BLE induced calcium proception process" ବିଷୟରେ ନିଜର ସନ୍ଧର୍ଭ ଉପସ୍ଥାପନା କରିଥିଲେ । ଏଥିପାଇଁ ତାଙ୍କୁ ‘ବେଷ୍ଟ ପେପର’ ସମ୍ମାନରେ ସମ୍ମାନିତ କରାଯାଇଛି । ସିଏସଇଇ ଅଧ୍ୟକ୍ଷ ଡଃ. ହେନି ଇଏଲ ନାଗର ଓ ସାଙ୍ଗଠନିକ କମିଟିର ଡଃ. ସୟଦ ଏଡମିଷ୍ଟ ଓ ଡଃ. ମହମ୍ମଦ ସାହିନ ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ସମ୍ମାନିତ କରିଥିଲେ I

ନବରଙ୍ଗପୁର ସହରର ସୁଷମା ଜୈନ ଓ ସୁଶୀଲ ଜୈନଙ୍କ ଝିଅ ସୁରଭି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପଢିବା ପରେ ଆଇଆଇଟିରେ ସିଭିଲ ଇଂଜିନିୟରିଂ, ରାଉରକେଲା ଏନଆଇଟିରେ ଏମ.ଟେକ କରିଥିଲେ । ଏବେ ସେ ଚେନ୍ନାଇ ସ୍ଥିତ ସିଭିଲ ସହ ଜିଓ ଇଂଜିନିୟରିଂ ଟେକ୍ନୋଲୋଜିରେ ପିଏଚଡି କରୁଛନ୍ତି I

ସେ ଏକ ବିବୃତ୍ତିରେ କହିଛନ୍ତି ଯେ, ବଡ଼ବଡ଼ ଷ୍ଟ୍ରକ୍ଚର ଗୁଡିକର ଫାଉଣ୍ଡେସନ ଗୁଡିକ କିପରି ମଜବୁତ ହୋଇପାରିବ ଏବଂ ଶିଳ୍ପ ଓ ସହର ଗୁଡ଼ିକରୁ ବାହାରୁଥିବା ବର୍ଜ୍ୟବସ୍ତୁ ଗୁଡିକୁ ଜୈବିକ ପଦ୍ଧତି ଦ୍ବାରା କିପରି ନଷ୍ଟ ହୋଇପାରିବ । ପରିବେଶ ଉପରେ ଏହାର ପ୍ରଭାବ ଯେପରି ନ ପଡିବ ସେ ନେଇ ସେ ଗବେଷଣା କରୁଛନ୍ତି ।

ରୋମ ଠାରେ ଆୟୋଜିତ ଫୋର୍ଥ କଂଗ୍ରେସରେ ସେ ନିଜେ ଏକ ଜୈବିକ କୀଟାଣୁର ଉଦ୍ଭାବନ କରି ଉକ୍ତ କୀଟାଣୁକୁ କେବଳ ଲ୍ୟାବରେ ବ୍ୟବହାର କରାନଯାଇ ବଡ ବଡ କୋଠା ନିର୍ମାଣରେ ବ୍ୟବହୃତ କରାଯାଇ ମଜବୁତ ପାଇଁ ବ୍ୟବହାର ହୋଇପାରିବ । ଏହା ଅନ୍ୟ କୀଟାଣୁ ଅପେକ୍ଷା କେତେ ଭଲ କାମ କରିବା ସେ ନେଇ ଉପସ୍ଥାପନା କରିଥିଲେ I ସୁରଭିଙ୍କ ବିଶ୍ବସ୍ତରରେ ଏହି କୃତିତ୍ବ ତାଙ୍କୁ ଓ ତାଙ୍କ ପରିବାରକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି I

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details