ଓଡିଶା

odisha

ETV Bharat / state

ମୋଦିଙ୍କ ଜନ୍ମଦିନରେ ସେବା ସପ୍ତାହ ପାଳିଲା ନବରଙ୍ଗପୁର ଜିଲ୍ଲା ବିଜେପି - ପ୍ଲାଷ୍ଟିକ ମୁକ୍ତ ,ସ୍ବଚ୍ଛତା,

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରିଛି ନବରଙ୍ଗପୁର ଜିଲ୍ଲା ବିଜେପି । ରକ୍ତଦାନ ଶିବିର, ସ୍ବଚ୍ଛତା କାର୍ଯ୍ୟକ୍ରମ, ପ୍ଲାଷ୍ଟିକ ମୁକ୍ତ, ବୃକ୍ଷରୋପଣ , ଜଳ ସଂରକ୍ଷଣ ବିଷୟ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିଛି ଦଳ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ନବରଙ୍ଗପୁର

By

Published : Sep 17, 2019, 11:40 PM IST

ନବରରଙ୍ଗପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ବିଜେପି ପାଳୁଛି ସେବା ସପ୍ତାହ । ଆଉ ଏହି କ୍ରମରେ ସେବା କରିବାକୁ ନିଷ୍ପତ୍ତି ନେଇଥିଲା ନବରରଙ୍ଗପୁର ଜିଲ୍ଲା ବିଜେପି । ରକ୍ତଦାନ ଶିବିର ବ୍ୟତୀତ ସ୍ବଚ୍ଛତା କାର୍ଯ୍ୟକ୍ରମ, ପ୍ଲାଷ୍ଟିକ ମୁକ୍ତ ପରିବେଶ ନେଇ ସଚେତନ କରାଇଛି ଦଳ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ନବରଙ୍ଗପୁର

ଜିଲ୍ଲାର ବିଭିନ୍ନ କଲେଜରେ ବିଜେପି ନେତାମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଗଛ ଲଗାଇବା, ପ୍ଲାଷ୍ଟିକ ମୁକ୍ତ ,ସ୍ବଚ୍ଛତା ପ୍ରସଙ୍ଗରେ ସଚେତନ କରିଥିଲେ । ଯେତିକି ଜଳ ଦରକାର ସେତିକି ଜଳ ଖର୍ଚ୍ଚ କରିବା ବିଷୟରେ ସଚେତନ କରିଥିଲେ । ସମସ୍ତ ଛାତ୍ରଛାତ୍ରୀଙ୍କ ସହିତ ପୂର୍ବତନ ସାଂସଦ ବଳବଦ୍ର ମାଝୀ, ପର୍ଶୁରାମ ମାଝୀ, ଯୁବ ନେତା ଗୌରୀଶଙ୍କର ମାଝୀ, କଲେଜର କର୍ମଚାରୀ ମାନେ ଆଜି ଶପଥ ନେଇଥିଲେ ।

ଜିଲ୍ଲା ବଜେପି କାର୍ଯ୍ୟକର୍ତ୍ତା ନବରରଙ୍ଗପୁର ଜିଲ୍ଲାର ତିନୋଟି କଲେଜରେ ଏଭଳି କାର୍ଯ୍ୟକ୍ରମ କରିଛନ୍ତି । ପୂର୍ବତନ ସାଂସଦ ବଳବଦ୍ର ମାଝୀ ରକ୍ତଦାନ କରିଥିଲେ । ନବରଙ୍ଗପୁର ସହରରେ ପ୍ରଥମେ ଆରମ୍ଭ ହୋଇ ଏହି କାର୍ଯ୍ୟକ୍ରମ ଜିଲ୍ଲା ବ୍ୟାପୀ କରାଯିବ ବୋଲି କହିଛି ବିଜେପି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details