ନବରଙ୍ଗପୁର: ପେଶାରେ ସରକାରୀ କର୍ମଚାରୀ, ନିଶା କିନ୍ତୁ ପ୍ରକୃତି ସୁରକ୍ଷା । ‘ଗଛ ଲଗାଅ , ପରିବେଶ ବଞ୍ଚାଅ’ ଏହି ନାରା ନେଇ ସମେସ୍ତେ ସଚେତନତାର ବାର୍ତ୍ତା ଦିଅନ୍ତି । ହେଲେ ପ୍ରକୃତରେ ଏପରି କରି ଅନ୍ୟ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି ନବରଙ୍ଗପୁରର ପୂର୍ଣ୍ଣଚନ୍ଦ୍ର ବାଘ । ସେ ଯେ କେବଳ ନିଜ ଘରେ ନୁହେଁ ରାସ୍ତା କଡ, ଛକ, ଶ୍ମଶାନ ଓ ମନ୍ଦିର ଗୁଡିକରେ ମଧ୍ୟ ସେ ବର ଓ ଅଶ୍ବସ୍ତ ଭଳି ବଡ ବଡ ଗଛ ଲଗାଇଥାନ୍ତି ।
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ପୂର୍ଣ୍ଣଚନ୍ଦ୍ର । ଜଣେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ସହ ସେ ‘ଗଛ ମଣିଷ’ ଭାବେ ପରିଚିତ । ଛୁଆଟିଏ ଭଳି ସେ ପ୍ରତିଟି ଗଛ ଲଗାଇବା ପରେ ବଡ ହେବା ପର୍ଯ୍ୟନ୍ତ ତାହାର ଯତ୍ନ ନେଇଥାନ୍ତି ।
ଛୁଟି ଦିନ ଓ ଅଫିସ ସାରିବା ପରେ ପ୍ରତିଦିନ ଗଛ ଲଗାଇ ସେମାନଙ୍କ ଯତ୍ନ ନେବା ଦୈନନ୍ଦିନ ଜୀବନରେ ଯେପରି ପୂର୍ଣ୍ଣଙ୍କ ପାଇଁ ଏକ ପ୍ରକାର ବ୍ରତ ପାଲଟିଛି ।