ନବରଙ୍ଗପୁର: ପୁଣି ଚର୍ଚ୍ଚାରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ହାତରେ ହଳ ଲଙ୍ଗଳ ଓ କାଦୁଅ ଜମିରେ ଚଷା ପୁଅ ଅବତାରରେ ବିଧାୟକ । ଏ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଡାବୁଗାଁର ବିଧାୟକ ମନୋହର ରନ୍ଧାରୀ । ନିଜର ଭିନ୍ନ ଢଙ୍ଗରେ ଓ ନିଆରା ଅନ୍ଦାଜରେ ଜନସେବା କରି ଚର୍ଚ୍ଚା ସାଉଁଟିଥିବା ବିଧାୟକ ନିଜର ଆଉ ଏକ ଭିନ୍ନ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ନବରଙ୍ଗପୁର ଜିଲ୍ଲା ଡାବୁଗାଁର ବିଧାୟକ ମନୋହର ରନ୍ଧାରୀ ।
ହାତରେ ହଳ ଲଙ୍ଗଳ ଧରି ଚାଷ ଜମିରେ ନବରଙ୍ଗପୁର ବିଧାୟକ ନିଜ ଜମିରେ ଚାଷୀ ସାଜି ହଳ କରିବା ସହିତ ଧାନ ଗଛ ଲଗାଇ ଚର୍ଚ୍ଚା ସାଉଁଟିଲେ ବିଧାୟକ । ନିଜ ପୈତୃକ ସମ୍ପତ୍ତି ର ଜମିରେ ନିଜେ ହଳ ଲଙ୍ଗଳ ଧରି ଚାଷ କରିବା ସହିତ ଜମିରେ ଅନ୍ୟ ମୂଲିଆ ମାନଙ୍କ ସହିତ ମିଶି ଧାନ ଗଛ ଲଗାଉଛନ୍ତି ବିଧାୟକ । ବିଧାୟକ ନିଜେ ଜମିରେ ହଳ ଲଙ୍ଗଳ କରି ଧାନ ଗଛ ଲଗାଉଥିବାର ଖବର ପ୍ରଚାର ହେବାପରେ ଆଗ୍ରହ ବଶତଃ କିଛି ଲୋକ ବିଧାୟକ ହଳ କରୁଥିବା ସମୟରେ ଭିଡିଓ ଉତ୍ତୋଳନ କରିଥିଲେ ।
ଯାହା ପ୍ରବଳ ମାତ୍ରାରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିଧାୟକଙ୍କ କହିବାନୁଯାୟୀ, ତାଙ୍କ ପୈତୃକ ସମ୍ପତିରେ ପ୍ରାୟ ୨୫ ଏକର ଜମି ରହିଛି । ଚଳିତ ବର୍ଷ ବିଳମ୍ବରେ ବର୍ଷା ହେତୁ କିଛି ଜମିରେ ପାଣି ଅଭାବରୁ ଚାଷ ନ ହୋଇ ପଡିରହିଥିଲା । ବର୍ତ୍ତମାନ ବର୍ଷା ହେବା ଫଳରେ ସେଥିରେ ପାଣି ଜମିଥିଲା ଓ ଚାଷ ଉପଯୋଗୀ ହୋଇପାରିଥିଲା । କିନ୍ତୁ ସେହି ଜମିକୁ ପାୱାର ଟିଲର କିମ୍ବା ଟ୍ରାକ୍ଟର ପହଞ୍ଚି ପାରୁନଥିଲା । ତେଣୁ ଜମିରେ ମୂଲ ଲାଗିଥିବା ଅନ୍ୟ ମୂଲିଆଙ୍କ ସହିତ ମିଶି ଚାଷ କରିଥିଲେ ବିଧାୟକ ।
ହାତରେ ହଳ ଲଙ୍ଗଳ ଧରି ଚାଷ ଜମିରେ ନବରଙ୍ଗପୁର ବିଧାୟକ ବର୍ଷାକୁ ଖାତିର ନ କରି ଜମିରେ ହଳ କରି ଧାନ ଗଛ ଲଗାଇଥିଲେ ବିଧାୟକ । ବର୍ତ୍ତମାନ ସରକାର କୃଷି କ୍ଷେତ୍ର ଉପରେ ଗୁରୁତ୍ବ ଦେଉଥିବା ବେଳେ ଯଦି ଯୁବ ବର୍ଗ ମଧ୍ୟ ଚାଷ ଉପରେ ଆଗ୍ରହ ଦେଖାନ୍ତି ତାହେଲେ ସ୍ବ-ରୋଜଗାର ହେବା ସହିତ ଦେଶ ର ଅର୍ଥନୀତି ସୁଦୃଢ଼ ହୋଇପାରିବ ବୋଲି କହିଛନ୍ତି ବିଧାୟକ । ପୂର୍ବରୁ ମଧ୍ୟ ଚାଷ ଜମିରେ ମୂଲ ଲାଗୁଥିବା ମହିଳାଙ୍କୁ ରେନ୍ କୋଟ ବାଣ୍ଟିବା ସହିତ ଚାଷ ଜମିକୁ ଯାଇ ଚା ବିସ୍କୁଟ ବାଣ୍ଟି ପ୍ରଶଂସା ସାଉଁଟିଛନ୍ତି ବିଧାୟକ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ