ଓଡିଶା

odisha

ETV Bharat / state

ତାମିଲନାଡୁରେ ଫସିଛି ନବରଙ୍ଗପୁର ପୁଅର ମୃତଦେହ, ଭିଟାମାଟିକୁ ଆଣିବାକୁ ପରିବାରର ନିବେଦନ - migrant labour

ତାମିଲନାଡୁରୁ ନିଜ ଭିଟାମାଟିକୁ ଆସି ପାରୁନାହିଁ ଶ୍ରମିକର ମୃତଦେହ । ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଖୋଲିଗୁଡା ଗାଁରେ । ମୃତଦେହ ଆଣିବାକୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ମୃତକଙ୍କ ପରିବାର । ଅଧିକ ପଢନ୍ତୁ...

ଭିଟାମାଟିକୁ ଆସିପାରୁନି ମୃତଦେହ
ଭିଟାମାଟିକୁ ଆସିପାରୁନି ମୃତଦେହ

By

Published : Jul 20, 2021, 8:31 AM IST

ନବରଙ୍ଗପୁର: ଜିଲ୍ଲାରେ ଦେଖିବାକୁ ମିଳିଛି ଦାଦନ ଶ୍ରମିକର କରୁଣ କାହାଣୀ । ତାମିଲନାଡୁରୁ ନିଜ ଭିଟାମାଟିକୁ ଆସି ପାରୁନାହିଁ ଶ୍ରମିକର ମୃତଦେହ । ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପାତ୍ରୀ ପଞ୍ଚାୟତ ଅନ୍ତର୍ଗତ ଖୋଲିଗୁଡା ଗାଁରେ । ଶ୍ରମିକଙ୍କ ମୃତଦେହ ଫେରାଇ ଆଣିବାକୁ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ମୃତ ଶ୍ରମିକଙ୍କ ପରିବାର ।

ତାମିଲନାଡୁରେ ଫସିଛି ନବରଙ୍ଗପୁର ପୁଅର ମୃତଦେହ

ସୂଚନାଅନୁସାରେ, ଖୋଲିଗୁଡା ଗାଁର ଦୀପ୍ତି ପ୍ରକାଶ ରୂପଚାନ୍ଦଙ୍କ ପୁଅ ଉରିଅ ରୂପଚାନ୍ଦ (27) କାମ ଧନ୍ଦା ଅଭାବରୁ ପରିବାରର ଭରଣ ପୋଷଣ ପାଇଁ ଦୁଇ ମାସ ତଳେ ତାମିଲନାଡୁର ଏସ.ସି.ଏମ ଗାର୍ମେଣ୍ଟସ ପ୍ରାଇଭେଟ ଲିମିଟେଡ଼ ନାମକ ଏକ କପଡା କମ୍ପାନୀରେ କାମ କରୁଥିଲେ । ଗତକାଲି ଉରିଅ ରୂପଚାନ୍ଦଙ୍କ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାମିଲନାଡୁରୁ ତାଙ୍କ ମୃତଦେହ ଆଣିବା ଉରିଆଙ୍କ ପରିବାର ପକ୍ଷେ ଅସମ୍ଭବ ହୋଇଛି । ଏ ନେଇ ଜିଲ୍ଲାପାଳ ଓ ଜିଲ୍ଲା ଶ୍ରମ ବିଭାଗ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି ଉରିଆଙ୍କ ପରିବାର । ଉରିଆଙ୍କର ଏକ ୬ ବର୍ଷର ଝିଅ ଓ ୩ ବର୍ଷର ପୁଅ ଅଛି ।

ପରିବାରର ନିବେଦନ ଶୁଣିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦାଦନ ଶ୍ରମିକ କାମ କରୁଥିବା ସମ୍ପୃକ୍ତ କପଡା କମ୍ପାନୀ ଓ ସ୍ଥାନୀୟ ପୋଲିସ ସହ ଯୋଗାଯୋଗ ଆରମ୍ଭ କରିଛି । ଏଥି ସହ ମୃତ ଦାଦନ ଶ୍ରମିକ ଉରିଅ ସହ କାମ କରୁଥିବା ଗାଁର ଅନ୍ୟ ଶ୍ରମିକଙ୍କ ସହ ମଧ୍ୟ ନବରଙ୍ଗପୁର ଜିଲ୍ଲା ଶ୍ରମ ଅଧିକାରୀ ଯୋଗାଯୋଗ କରିଛନ୍ତି । ମୃତଦେହ ବ୍ୟବଚ୍ଛେଦ ହେବା ପରେ ଶ୍ରମିକର ମୃତଦେହଟି କିପରି ନବରଙ୍ଗପୁରରେ ପହଞ୍ଚିବ ସେ ନେଇ ସଂପୃକ୍ତ କମ୍ପାନୀ ସହିତ କଥାବର୍ତ୍ତା କରିଛି । ଏହା ସହିତ ସରକାରୀ ନିୟମ ଅନୁସାରେ ଯାହା ଆର୍ଥିକ ସହାୟତା ମିଳିବାର ଅଛି ତାଙ୍କୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ।


ନବରଙ୍ଗପୁରରୁ ତପନ କୁମାର ବିଷୋୟୀ,ଇଟିଭି ଭାରତ

ABOUT THE AUTHOR

...view details