ଓଡିଶା

odisha

ETV Bharat / state

ଲକଡାଉନ ପ୍ରଭାବରେ ନବରଙ୍ଗପୁର ଜିଲ୍ଲାର ଗାଡ଼ି ଚାଳକଙ୍କ ଦୁର୍ଦ୍ଦଶା

ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା କୋଡିଗାଁ ଅଞ୍ଚଳର ମୋଟରଯାନ ଚାଳକ ଭାଇମାନଙ୍କର ପରିବାରର ଦୁର୍ଦ୍ଦଶା ଦିନକୁ ଦିନ ବଢି ଚାଲିଛି ।ବର୍ତ୍ତମାନ ସୁଦ୍ଧା ଚାଷୀ, କୁଲି, ମଜୁରିଆ, ରାଜମିସ୍ତ୍ରୀ ଆଦିଙ୍କ ପାଇଁ ସରକାର ଆର୍ଥିକ ସହାୟତାର ପ୍ୟାକେଜ ଘୋଷଣା କରି ଦେଇଛନ୍ତି, କିନ୍ତୁ ଗାଡ଼ିଚାଳକ ମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ଆହୁରି ପଢନ୍ତୁ...

Drivers in Nabarangpur district are in facing problem due to the lockdown
ଲକଡାଉନ ପ୍ରଭାବରେ ନବରଙ୍ଗପୁର ଜିଲ୍ଲାର ଗାଡ଼ି ଚାଳକଙ୍କ ଦୁର୍ଦ୍ଦଶା

By

Published : Apr 16, 2020, 1:04 AM IST

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା କୋଡିଗାଁ ଅଞ୍ଚଳର ମୋଟରଯାନ ଚାଳକ ଭାଇମାନଙ୍କର ପରିବାରର ଦୁର୍ଦ୍ଦଶା ଦିନକୁ ଦିନ ବଢି ଚାଲିଛି । ପରିବାରର ବୃଦ୍ଧ ପିତା ମାତା ଛୋଟ ଛୁଆଙ୍କୁ ଭୋକ ଉପାସରେ କାଳାତିପାତ କରିବାକୁ ପଡୁଛି ।

ଲକଡାଉନ ପ୍ରଭାବରେ ନବରଙ୍ଗପୁର ଜିଲ୍ଲାର ଗାଡ଼ି ଚାଳକଙ୍କ ଦୁର୍ଦ୍ଦଶା

ବର୍ତ୍ତମାନ ସୁଦ୍ଧା ଚାଷୀ, କୁଲି, ମଜୁରିଆ, ରାଜମିସ୍ତ୍ରୀ ଆଦିଙ୍କ ପାଇଁ ସରକାର ଆର୍ଥିକ ସହାୟତାର ପ୍ୟାକେଜ ଘୋଷଣା କରିଦେଇଛନ୍ତି, କିନ୍ତୁ ଗାଡ଼ିଚାଳକ ମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ ।

ଏଣୁ ରାଜ୍ୟ ସରକାରଙ୍କର ପରିବହନ ବିଭାଗ ପକ୍ଷରୁ ତୁରନ୍ତ ଗାଡ଼ିଚାଳକ ମାନଙ୍କ ପାଇଁ ଆର୍ଥିକ ସହାୟତାର ପ୍ୟାକେଜ ଘୋଷଣା କରାଯାଉ ବୋଲି ନବରଙ୍ଗପୁର ଜିଲ୍ଲା ମୋଟର ଚାଳକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details