ଓଡିଶା

odisha

ETV Bharat / state

ନାମାଙ୍କନ ପତ୍ର ଦାଖଲ କଲେ ପ୍ରଦୀପ ମାଝୀଙ୍କ ସହ ନବରଙ୍ଗପୁରର ଅନ୍ୟ କଂଗ୍ରେସ ପ୍ରାର୍ଥୀ - candidate

ନବରଙ୍ଗପୁର ସ୍ଥାନୀୟ ସର୍କିଟ ହାଉସ ପଡିଆଠାରୁ କଂଗ୍ରେସର ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ, ଝରିଗାଁ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଉଲଧର ମାଝୀ, ଡାବୁଗାଁ ପ୍ରାର୍ଥୀ ଭୁଜବଳ ମାଝୀ, ନବରଙ୍ଗପୁର ପ୍ରାର୍ଥୀ ସଦନ ନାୟକ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ଫଟୋ ସୌଜନ୍ୟ: ସମ୍ବାଦାଦାତା ନବରଙ୍ଗପୁର

By

Published : Mar 21, 2019, 7:38 AM IST

ନବରଙ୍ଗପୁର ସ୍ଥାନୀୟ ସର୍କିଟ ହାଉସ ପଡିଆଠାରୁ କଂଗ୍ରେସର ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ, ଝରିଗାଁ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଉଲଧର ମାଝୀ, ଡାବୁଗାଁ ପ୍ରାର୍ଥୀ ଭୁଜବଳ ମାଝୀ, ନବରଙ୍ଗପୁର ପ୍ରାର୍ଥୀ ସଦନ ନାୟକ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେହିପରି ଛତିଶଗଡ ରାଜ୍ୟ ଅବକାରୀ ମନ୍ତ୍ରୀ କବାସୀ ଲାକମା ପ୍ରାର୍ଥୀପତ୍ରଦାଖଲ ସମୟରେ ଉପସ୍ଥିତ ଥିଲେ।

ଏହାପରେ ଉପଜିଲ୍ଲାପାଳଙ୍କ ନିକଟରେ ଡାବୁଗାଁ ବିଧାୟକ ପ୍ରାର୍ଥୀ ଭୁଜବଳ ମାଝୀ ଓ ନବରଙ୍ଗପୁର ବିଧାୟକ ପ୍ରାର୍ଥୀ ସଦନ ନାୟକ ନାମଙ୍କନ ପତ୍ର ଦାଖଲ କରିଥିବା ବେଳେ, ଝରିଗାଁ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ଉଲଧର ମାଝୀ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ନାମଙ୍କନ ପତ୍ର ଦାଖଲ କରିଛନ୍ତି। ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ନବରଙ୍ଗପୁର ଜିଲ୍ଲାପାଳଙ୍କ ନିକଟରେ ନିଜର ନାମଙ୍କନ ପତ୍ର ଦାଖଲ କରିଛନ୍ତି।

ନାମାଙ୍କନ ପତ୍ର ଦାଖଲ ପରେ ପ୍ରଦୀପ ମାଝୀ ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ରହିଥିବା ସାତଟି ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନରେ ବିପୁଳ ଭୋଟରେ ବିଜୟୀ ହେବୁ ବୋଲି କହିଛନ୍ତି ।

ଏହାସହ ଚଳିତ ନିର୍ବାଚନରେ ସ୍ୱାସ୍ଥ୍ୟ, ଜଳସେଚନ, ବେକାରୀ ସମସ୍ୟା ମୁଖ୍ୟ ମୁଦ୍ଦା ରହିବ ବୋଲି ସାଧାରଣଜନତାଙ୍କୁ ଆଶା ଦେଇଛନ୍ତି। ହେଲେ ବିଜେପିର ପ୍ରାର୍ଥୀ ଘୋଷଣା ହୋଇନଥିଲେ ମଧ୍ୟ ବିଜେପିର
ବିଧାୟକ ପ୍ରାର୍ଥୀ ଗୌରୀ ଶଙ୍କର ମାଝୀ ନାମାଙ୍କନ ଦାଖଲ କରିଛନ୍ତି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details