ଓଡିଶା

odisha

ETV Bharat / state

ନବରଙ୍ଗପୁର ଜିଲ୍ଲାପାଳଙ୍କ କୋରୋନା ସଚେତନତା ବାର୍ତ୍ତା - Corona awareness Message

ନବରଙ୍ଗପୁର ଜିଲ୍ଲାରେ କୋରୋନା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି l ଏନେଇ ଜିଲ୍ଲାପାଳ ଡ଼. ଅଜିତ କୁମାର ମିଶ୍ର ଏକ ସଚେତନ ବାର୍ତ୍ତା ଦେଇଛନ୍ତି । ଅଧିକ ପଢନ୍ତୁ...

ନବରଙ୍ଗପୁର ଜିଲ୍ଲାପାଳଙ୍କ କୋରୋନା ସଚେତନତା ବାର୍ତ୍ତା
ନବରଙ୍ଗପୁର ଜିଲ୍ଲାପାଳଙ୍କ କୋରୋନା ସଚେତନତା ବାର୍ତ୍ତା

By

Published : Apr 17, 2021, 9:50 AM IST

ନବରଙ୍ଗପୁର: ଜିଲ୍ଲାରେ କୋରୋନା ସ୍ଥିତି ଦିନକୁଦିନ ବିଗିଡ଼ିବାରେ ଲାଗିଛି l ନବରଙ୍ଗପୁର ଜିଲ୍ଲାବାସୀଙ୍କୁ ନାକେଦମ କରିସାରିଲାଣି ମହାମାରୀ କୋରୋନା l ଏହିପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲାପାଳ ଡ଼. ଅଜିତ କୁମାର ମିଶ୍ର ଏକ ସଚେତନ ବାର୍ତ୍ତା ଦେଇଛନ୍ତି । ସୂଚନା ମୁତାବକ ଜିଲ୍ଲା ପ୍ରଶାସନ ବିଜ୍ଞପ୍ତି ଅନୁସାରେ ଗତକାଲି(ଶୁକ୍ରବାର) ସର୍ବାଧିକ 157ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଏହାକୁ ମିଶାଇ ବର୍ତମାନ ସୁଦ୍ଧା 677ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ ସେଥିମଧ୍ୟରୁ 20 ଜଣ ଜିଲ୍ଲା କୋରୋନା ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ସମସ୍ତଙ୍କୁ ଗୃହ ସଂଘରୋଧରେ ରଖାଯାଇଛି l ଏବଂ କୋରୋନା ନିୟମ ଯଥା ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ସହ ସମସ୍ତ ନିୟମ ପାଳନ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି l

ନବରଙ୍ଗପୁର ଜିଲ୍ଲାପାଳଙ୍କ କୋରୋନା ସଚେତନତା ବାର୍ତ୍ତା

ତେବେ କୋରୋନାକୁ ପ୍ରତିହତ କରିବାପାଇଁ ଏସଆରସି ଓଡ଼ିଆଙ୍କ ନିର୍ଦେଶ ନାମା ଅନୁସାରେ ଜିଲ୍ଲାରେ ଆଜିଠୁ ସନ୍ଧ୍ୟା 6 ଟାରୁ ସକାଳ 5 ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଅନିର୍ଦ୍ଧିଷ୍ଟ କାଳଯାଏଁ ବଳବତ୍ତର ରହିବ । ଆସନ୍ତା 17 ଏପ୍ରିଲ ଠାରୁ ପ୍ରତି ସପ୍ତାହର ଶନିବାର ଏବଂ ରବିବାର ଦିନ ମୁନିସିପାଲଟି ଏବଂ ଏନଏସି ମାନଙ୍କରେ ସଟଡାଉନ କରାଯିବ ।

ସେହିପରି ଆସନ୍ତା 19 ତାରିଖରୁ ସମସ୍ତ ସ୍କୁଲ ବନ୍ଦ ରହିବାସହ ସାମାଜିକ, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟାନୁଷ୍ଠାନମାନଙ୍କରେ ମଧ୍ୟ ରୋକ ଲଗାଯାଇଛି l ସମସ୍ତ ବ୍ଲକରେ ସାପ୍ତାହିକ ହାଟ ଏବଂ ସହରରେ ମଧ୍ୟ କିଭଳି ସାମାଜିକ ଦୂରତା ବଜାଇ ରଖିବ, ସେହିଦିଗରେ ସମ୍ପୃକ୍ତ ତହସିଲଦାର ଏବଂ ଗୋଷ୍ଠୀ ଉନୟନ ଅଧିକାରୀଙ୍କୁ ମଧ୍ୟ ନିର୍ଦେଶ ଦିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details