ଓଡିଶା

odisha

ETV Bharat / state

ନବରଙ୍ଗପୁର ଜିଲ୍ଲାର ଚିତ୍ରକୁ ବିଶ୍ଵ ଦରବାରରେ ଉପସ୍ଥାପନା କଲେ ଜିଲ୍ଲାପାଳ - nabarangpur collector

ଭିଏତନାମ ରାଜଧାନୀ ହନାେଇର ଟେକ୍ସଟାଇଲ ୟୁନିଭରସିଟି ପରିସରରେ ଆୟୋଜିତ ନବମ ଅନ୍ତର୍ଜାତୀୟ ଜଳବାୟୁ ପରିବର୍ତ୍ତନ ଓ ପରିଚାଳନା ସମ୍ମିଳନୀରେ ଡ଼ଃ ଅଜିତ କୁମାର ମିଶ୍ର ଅଂଶଗ୍ରହଣ କରିଥିଲେ । ଅଧିକ ପଢନ୍ତୁ...

ନବରଙ୍ଗପୁର ଜିଲ୍ଲାର ଚିତ୍ରକୁ ବିଶ୍ଵ ଦରବାରରେ ଉପସ୍ଥାପନା କଲେ ଜିଲ୍ଲାପାଳ
ନବରଙ୍ଗପୁର ଜିଲ୍ଲାର ଚିତ୍ରକୁ ବିଶ୍ଵ ଦରବାରରେ ଉପସ୍ଥାପନା କଲେ ଜିଲ୍ଲାପାଳ

By

Published : Dec 5, 2019, 12:35 PM IST

ନବରଙ୍ଗପୁର: ବିଶ୍ବ ଦରବାରରେ ନବରଙ୍ଗପୁରର ଜଳବାୟୁକୁ ନେଇ ଚର୍ଚ୍ଚା । ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଭିଏତନାମ ଗସ୍ତରେ ଯାଇ ଜିଲ୍ଲାର ଜଳବାୟୁ ପରିବର୍ତ୍ତନ ଅଧ୍ୟୟନ ନେଇ ଉପସ୍ଥାପନ କରିଛନ୍ତି ।

ନବରଙ୍ଗପୁର ଜିଲ୍ଲାର ଚିତ୍ରକୁ ବିଶ୍ଵ ଦରବାରରେ ଉପସ୍ଥାପନା କଲେ ଜିଲ୍ଲାପାଳ

ଭିଏତନାମ ରାଜଧାନୀ ହନାେଇର ଟେକ୍ସଟାଇଲ ୟୁନିଭରସିଟି ପରିସରରେ ଆୟୋଜିତ ନବମ ଅନ୍ତର୍ଜାତୀୟ ଜଳବାୟୁ ପରିବର୍ତ୍ତନ ଓ ପରିଚାଳନା ସମ୍ମିଳନୀରେ ଡ଼ଃ ଅଜିତ କୁମାର ମିଶ୍ର ଅଂଶଗ୍ରହଣ କରିଥିଲେ । 10 ବର୍ଷରେ ଜିଲ୍ଲାର ଜଳବାୟୁ ପରିବର୍ତ୍ତନ ଓ ଜୀବନଶୈଳୀର ଅଧ୍ୟୟନକୁ ଉପସ୍ଥାପନ କରି ପ୍ରଶଂସିତ ହୋଇଛନ୍ତି । ବିଶେଷ କରି ପରିବର୍ତ୍ତିତ ବୃଷ୍ଟିପାତ, ତାପମାତ୍ରା, ମୃତ୍ତିକାକ୍ଷୟ, ରାସାୟନିକ ଓ କୀଟନାଶକ ବ୍ୟବହାର, ଜଙ୍ଗଲ କ୍ଷୟ, ଜଳସ୍ତର ହ୍ରାସ ଓ ଜୀବଜନ୍ତୁ ସହ ମଣିଷର ଲଢ଼େଇ ସମ୍ପର୍କରେ ତଥ୍ୟ ଭିତ୍ତିକ ଉପସ୍ଥାପନ କରିଥିଲେ । ଜଳବାୟୁ ପରିବର୍ତ୍ତନରେ ଆଦିବାସୀ ଅଞ୍ଚଳରେ ସାଂସ୍କୃତିକ ସାମାଜିକ କ୍ଷେତ୍ରରେ ପଡ଼ୁଥିବା ବିଭିନ୍ନ ପ୍ରଭାବ ଓ ଜୀବନଶୈଳୀକୁ ନେଇ ବୈଠକରେ ଦୃଷ୍ଟି ଆକର୍ଷଣ କରିଥିଲେ ଡ଼ଃ ମିଶ୍ର ।

ନବରଙ୍ଗପୁର ଜିଲ୍ଲାର ଚିତ୍ରକୁ ବିଶ୍ଵ ଦରବାରରେ ଉପସ୍ଥାପନା କଲେ ଜିଲ୍ଲାପାଳ
ନବରଙ୍ଗପୁର ଜିଲ୍ଲାର ଚିତ୍ରକୁ ବିଶ୍ଵ ଦରବାରରେ ଉପସ୍ଥାପନା କଲେ ଜିଲ୍ଲାପାଳ
ନବରଙ୍ଗପୁର ଜିଲ୍ଲାର ଚିତ୍ରକୁ ବିଶ୍ଵ ଦରବାରରେ ଉପସ୍ଥାପନା କଲେ ଜିଲ୍ଲାପାଳ
ନବରଙ୍ଗପୁର ଜିଲ୍ଲାର ଚିତ୍ରକୁ ବିଶ୍ଵ ଦରବାରରେ ଉପସ୍ଥାପନା କଲେ ଜିଲ୍ଲାପାଳ

ଡିସେମ୍ବର 1 ରୁ 3 ତାରିଖରେ ବିଦେଶ ଗସ୍ତରେ ଯାଇ ନବରଙ୍ଗପୁର ଜିଲ୍ଲାର ଚିତ୍ରକୁ ବିଶ୍ବ ଦରବାରରେ ଉପସ୍ଥାପନ କରିବାରେ ସେ ପ୍ରଥମ ଜିଲ୍ଲାପାଳ ହେବାର ଗୌରବ ଅର୍ଜନ କରିଥିବାରୁ ନବରଙ୍ଗପୁର ଜିଲ୍ଲାବାସୀ ତାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଜିଲ୍ଲାର ଉନ୍ନତିରେ କାର୍ଯ୍ୟ କରିବେ ବୋଲି ଆଶା ବାନ୍ଧିଛନ୍ତି ।

ନବରଙ୍ଗପୁର ଜିଲ୍ଲାର ଚିତ୍ରକୁ ବିଶ୍ଵ ଦରବାରରେ ଉପସ୍ଥାପନା କଲେ ଜିଲ୍ଲାପାଳ
ନବରଙ୍ଗପୁର ଜିଲ୍ଲାର ଚିତ୍ରକୁ ବିଶ୍ଵ ଦରବାରରେ ଉପସ୍ଥାପନା କଲେ ଜିଲ୍ଲାପାଳ
ନବରଙ୍ଗପୁର ଜିଲ୍ଲାର ଚିତ୍ରକୁ ବିଶ୍ଵ ଦରବାରରେ ଉପସ୍ଥାପନା କଲେ ଜିଲ୍ଲାପାଳ

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details