ଓଡିଶା

odisha

Har Ghar Dastak Aviyan: ଦ୍ବିତୀୟ ଡୋଜ ନେବାକୁ ଜିଲ୍ଲାପାଳଙ୍କ ଅପିଲ୍‌

By

Published : Nov 28, 2021, 8:42 PM IST

ହର ଘର ଦସ୍ତକ ଅଭିଯାନରେ ଟିକା ନେବା ପାଇଁ ନବରଙ୍ଗପୁର ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ନିବେଦନ କରିଛନ୍ତି। ଜିଲ୍ଲାରେ ମାତ୍ର 35 ପ୍ରତିଶତ ବ୍ୟକ୍ତି ଦ୍ଵିତୀୟ ଡୋଜ ଟୀକାକରଣ କରିଛନ୍ତି । ଅଧିକ ପଢନ୍ତୁ

ହର ଘର ଦସ୍ତକ ଅଭିଯାନରେ ଟିକା ନେବା ପାଇଁ ଜିଲ୍ଲାପାଳଙ୍କ ନିବେଦନ
ହର ଘର ଦସ୍ତକ ଅଭିଯାନରେ ଟିକା ନେବା ପାଇଁ ଜିଲ୍ଲାପାଳଙ୍କ ନିବେଦନ

ନବରଙ୍ଗପୁର:ହର ଘର ଦସ୍ତକ ଅଭିଯାନରେ( Har Ghar Dastak Aviyan) ଟିକା ନେବା ପାଇଁ ନବରଙ୍ଗପୁର ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ନିବେଦନ କରିଛନ୍ତି । ଜିଲ୍ଲାରେ ମାତ୍ର 35 ପ୍ରତିଶତ ବ୍ୟକ୍ତି ଦ୍ଵିତୀୟ ଡୋଜ ଟୀକାକରଣ କରିଛନ୍ତି । ଖୁବଶୀଘ୍ର ଆସି ଟିକା ଗ୍ରହଣ କରିବାକୁ ଜିଲ୍ଲାପାଳ କମଳ ଲୋଚନ ମିଶ୍ର ଗଣମାଧ୍ୟମ ଜରିଆରେ ଲୋକଙ୍କୁ ନିବେଦନ କରିଛନ୍ତି । ଜିଲ୍ଲାର ଧାର୍ଯ୍ୟ 8,94,420 ଜଣ ହିତାଧିକାରୀଙ୍କ ମଧ୍ୟରୁ 26 ନଭେମ୍ବର 2021 ସୁଦ୍ଧା 82 ପ୍ରତିଶତ ଅର୍ଥାତ 7,37,863 ଜଣ ପ୍ରଥମ ଡୋଜ ଟିକା ନେଇଛନ୍ତି । ମାତ୍ର 3,15,801 ଜଣ ହିତାଧିକାରୀ ଦ୍ଵିତୀୟ ଡୋଜ ଟିକା ଏଯାଏଁ ଗ୍ରହଣ କରିଛନ୍ତି।

ହର ଘର ଦସ୍ତକ ଅଭିଯାନରେ ଟିକା ନେବା ପାଇଁ ଜିଲ୍ଲାପାଳଙ୍କ ନିବେଦନ

ରାଜ୍ୟକୁ ତୃତୀୟ ଲହର ଆସିବା ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି । ମହାମାରୀ କୋରୋନା ପ୍ରକୋପରୁ ମୁକ୍ତି ପାଇବା ପାଇଁ ସମସ୍ତେ ଦୁଇଟି ଡୋଜ ଟିକା ନେବା ଜରୁରୀ । ତେଣୁ ଜିଲ୍ଲାରେ 115ଟି ଟୀକାକରଣ କେନ୍ଦ୍ରରେ ଲୋକଙ୍କୁ ପ୍ରତିଦିନ ଟିକା ପ୍ରଦାନ କରାଯାଇଛି । ଏଥିସହ ହର ଘର ଦସ୍ତକ ଅଭିଯାନରେ ଜିଲ୍ଲାରେ ଆଶା ଓ ଅଙ୍ଗନବାଡି କର୍ମୀ, ସ୍ଵୟଂ ସହାୟିକା ଦଳ, ସ୍ଵେଚ୍ଛାସେବୀ ଅନୁଷ୍ଠାନ ଜରିଆରେ ଟିକା ଗ୍ରହଣ ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରାଯାଉଛି।

ସେମାନେ ଯୋଗ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ କରି ଟୀକାକରଣ କେନ୍ଦ୍ରକୁ ପଠାଇବାରେ ସାହାଯ୍ୟ କରୁଛନ୍ତି। ତେଣୁ ଯେଉଁ ମାନେ ଟିକା ଗ୍ରହଣ କରି ନାହାନ୍ତି । ସେମାନେ ନିଜ ନିଜ ଅଞ୍ଚଳର ଆଶା ଓ ଅଙ୍ଗନବାଡିଙ୍କ ସହ ଯୋଗାଯୋଗ କରି ଖୁବଶୀଘ୍ର ଟିକା ଗ୍ରହଣ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି । ଟିକା ଗ୍ରହଣ କରି ନିଜକୁ ନିଜ ପରିବାରକୁ ,ଜିଲ୍ଲାକୁ ସମାଜକୁ କୋରୋନା ରୋଗରୁ ରକ୍ଷା କରିବାକୁ ସେ କହିଛନ୍ତି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details