ଓଡିଶା

odisha

ETV Bharat / state

ଜିଲ୍ଲାପାଳ ହେବତ ଏମିତି, ବୃଦ୍ଧାଙ୍କୁ ଥଇଥାନ କରି ଚର୍ଚ୍ଚାରେ ଅଜିତ

ନବରଙ୍ଗପୁର ଜିଲ୍ଲାପାଳ ଅଜୀତ କୁମାର ମିଶ୍ରଙ୍କ ମହାନ କାର୍ଯ୍ୟ । ଅସହାୟ ଅବସ୍ଥାରେ ଦିନ କାଟୁଥିବା ଜଣେ ମାନସିକ ଭାରସାମ୍ୟ ହରାଇଥିବା ବୃଦ୍ଧାଙ୍କୁ ଉଦ୍ଧାର କରି ଥଇଥାନ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : Oct 18, 2019, 5:32 AM IST

ନବରଙ୍ଗପୁର: ଦିର୍ଘଦିନ ଧରି ନବରଙ୍ଗପୁର ଜିଲା ମୁଖ୍ୟ ଡାକ୍ତରଖାନା ନିକଟରେ ଅସହାୟ ଅବସ୍ଥାରେ ଦିନ କ।ଟୁଥିବା ମାନସିକ ଭାରସାମ୍ୟ ହରାଇଥିବା ବୃଦ୍ଧାଙ୍କୁ ଉଦ୍ଧାର କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ । ଡାକ୍ତରଖାନା ଗସ୍ତ ସମୟରେ ଜିଲ୍ଲାପାଳ ଅଜୀତ କୁମାର ମିଶ୍ର ବୃଦ୍ଧାଙ୍କୁ ଏପରି ଅବସ୍ଥାରେ ଦେଖିବା ପରେ କିଛି ଅଧିକାରୀଙ୍କୁ ପଠାଇ ବୃଦ୍ଧାଙ୍କୁ ସାହାଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ବୃଦ୍ଧା ଜଣକ କିଛି ଦିନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ମାନସିକ ଭାରସାମ୍ୟ ହରାଇ ଥିବାରୁ ଚିକିତ୍ସିତ ନହୋଇ ଖରା ବର୍ଷା ରାତି ଅନ୍ଧାରରେ ରହୁଥିବା ଦେଖିବାକୁ ମିଳିଥିଲା । ଅଜଣା ଅସହାୟ ବୃଦ୍ଧାଙ୍କ ପରିଚୟ ମିଳିନଥିବା ବେଳେ ଝାରସୁଗୁଡାରେ ଥିବା ଥଇଥାନ କେନ୍ଦ୍ରକୁ ପଠାଇବା ବ୍ୟବସ୍ଥା କରି ମାନବିକତାର ପରିଚୟ ଦେଇଛନ୍ତି ଜିଲାପାଳ । ଜିଲପାଳଙ୍କ ଏପରି ମହତ କାମକୁ ବେଶ ପ୍ରଶଂସା କରାଯାଇଛି ।

ଝାରସୁଗୁଡା ଆଶ୍ରା ନାମକ ସଂସ୍ଥାରେ ତାଙ୍କୁ ରଖିବା ଲାଗି ଜିଲ୍ଲାପାଳ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଶୋୟୀ, ଇଟିଭି ଭାରତ

ABOUT THE AUTHOR

...view details