ନବରଙ୍ଗପୁର:ପାପଡାହାଣ୍ଡି ଶୈବପୀଠର ଉନ୍ନତିକରଣ କାର୍ଯ୍ୟକୁ ତଦାରଖ କରିବା ସହ ମନ୍ଦିର ପରିସରରେ ବୃକ୍ଷରୋପଣ କଲେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର । ପାପଡାହାଣ୍ଡି ପ୍ରସିଦ୍ଧ ଶୈବପୀଠର ଉନ୍ନତିକରଣ ପାଇଁ ସ୍ଥାନୀୟ ଲୋକପ୍ରତିନିଧି ଏବଂ ଜିଲ୍ଲାପାଳଙ୍କ ଉଦ୍ୟମ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ଏକ କୋଟି ଟଙ୍କାର ଅନୁଦାନ ରାଶି ମିଳିଥିଲା ।
ସେହି ଟଙ୍କାରେ ମନ୍ଦିର ଉନ୍ନତି କରଣକାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର ଜିଲ୍ଲାପାଳ ସେ ଗୁଡିକର ତଦାରଖ କରିଥିଲେ । ଖୁବଶିଘ୍ର କାର୍ଯ୍ୟକୁ ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସହିଦ ଦିବସ ଦିନ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଭର୍ଚୁଆଲ ମୋଡ଼ରେ ଉଦଘାଟନ କରାଯିବା ପାଇଁ ରାଜ୍ୟକୁ ଜଣାଇଥିବା କହିଥିଲେ ।