ନବରଙ୍ଗପୁର: ମହାମାରୀ କୋରୋନାକୁ ନେଇ ଆତଙ୍କ । କୋରୋନାର ସଂକ୍ରମଣକୁ ରୋକିବା ପାଇଁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ନବରଙ୍ଗପୁର ସହରରେ ସାନିଟାଇଜ କରାଯାଇଛି । ଜିଲ୍ଲା ଅଗ୍ନୀଶମ ବିଭାଗ ଦ୍ବାରା ଔଷଧ ସିଞ୍ଚନ କରାଯାଇଛି ।
ନବରଙ୍ଗପୁର ଜିଲ୍ଲାରେ କୋରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଲକଡାଉନ କରି କଡାକଡି କଟକଣା ଲାଗୁ କରିଛି । ମାହାମାରୀ କୋରୋନାକୁ ରୋକିବା ପାଇଁ ନବରଙ୍ଗପୁର ଅଗ୍ନୀଶମ ବିଭାଗର ଗାଡି ସାହାର୍ଯ୍ୟରେ କେମିକାଲ ଯୁକ୍ତ ଔଷଧ ସିଞ୍ଚନ କରାଯାଇଛି । ସହରର ମୁଖ୍ୟ ରାସ୍ତା ସହ ଅନ୍ୟାନ୍ୟ ରାସ୍ତାଗୁଡିକରେ ସିଞ୍ଚନ ପ୍ରକ୍ରିୟା କରାଯାଇଛି । ସଂକ୍ରମଣକୁ ରୋକିବା ପାଇଁ ଏଭଳି ଅନେକ ଜରୁରୀ ପଦକ୍ଷେପ ନେଇଥିବା ବେଳେ ବର୍ତ୍ତମାନ ଔଷଧ ସିଞ୍ଚନ କରି ଜିଲ୍ଲାକୁ କୋରୋନା ସଂକ୍ରମଣ ଦାଉରୁ ରକ୍ଷା କରି ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ ।