ଓଡିଶା

odisha

ETV Bharat / state

ପାଠ ଘର ଶୂନ, ପ୍ରଧାନଶିକ୍ଷକ କରୁଛନ୍ତି ଔଷଧ ବିକ୍ରି

କ୍ବାକ କାମ କରୁଛନ୍ତି ପ୍ରଧାନଶିକ୍ଷକ।ସ୍କୁଲ ସମୟରେ ସ୍କୁଲ ନଯାଇ ନିଜ ଚାରି ଚକିଆ ଗାଡିରେ ଔଷଧ ଧରି ଗାଁ ଗାଁ ବୁଲି ଦେଉଛନ୍ତି। ତେବେ ଏପରି ଘଟଣା ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଝୋଲା ପ୍ରାଥମିକ ବିଦ୍ୟାଳୟର ଦେଖିବାକୁ ମିଳିଛି। ଅଧିକ ଖବର ପଢନ୍ତୁ...

ପାଠ ଘର ଶୂନ, ପ୍ରଧାନଶିକ୍ଷକ କରୁଛନ୍ତି ଔଷଧ ବିକ୍ରି

By

Published : Nov 16, 2019, 1:07 PM IST

ନବରଙ୍ଗପୁର: ପେଶାରେ ଶିକ୍ଷକ ହେଲେ ନିଶା କିଛି ଅଲଗା। ଦେଶର ଭବିଷ୍ୟତ ଗଢିବାକୁ ସରକାର ଶିକ୍ଷକଙ୍କୁ ମୋଟା ଅଙ୍କର ଦରମା ଦେଇ ନିଯୁକ୍ତି ଦେଉଛନ୍ତି। ହେଲେ ଏମିତି ଜଣେ ଶିକ୍ଷକ ଅଛନ୍ତି ଯାହାକୁ ସରକାରଙ୍କ ସେ ଦରମା ନିଅଣ୍ଟ।

ଦେଖନ୍ତୁ ଏ ଭିଜୁଆଲକୁ, ହାଇଫାଇ ପର୍ସନାଲିଟି। ପାଖରେ ଯାଇଲୋ ଗାଡି। ହେଲେ ଟଙ୍କା ରୋଜଗାର କରିବାର ଲୋଭ ଛାଡୁନି। ଗାଡି ଭିତରେ ଏ ଶିକ୍ଷକଙ୍କ କୌଣସି ଖାତା ବହି ନାହିଁ ବରଂ ଗଦା ହୋଇଛି ପୁଳା ପୁଳା ଔଷଧ। କାରଣ ଏ ବ୍ୟକ୍ତି ଜଣକ ବୃତ୍ତିରେ ଶିକ୍ଷକ ହେଲେ ନିଶା ମେଡିସିନ ବିକିବା।

ସ୍କୁଲ ସମୟରେ ସ୍କୁଲ ନଯାଇ ନିଜ ଚାରି ଚକିଆ ଗାଡିରେ ଔଷଧ ଧରି ଗାଁ ଗାଁ ବୁଲି କ୍ବାକ କାମ କରୁଛନ୍ତି। ଗ୍ରାମବାସୀ ପଚାରିଲେ ନାଲି ଆଖି ଦେଖାଇ ମୁହଁ ବନ୍ଦ କରିବା ସହ କହୁଛନ୍ତି , ମୋ ଇଛା ମୁଁ ଯାହା କରିବି ତମେ କହିବାକୁ କିଏ । ଘଟଣା ବିଷୟରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିବା ପରେ ମଧ୍ୟ ଫଳଶୂନ।

ପାଠ ଘର ଶୂନ, ପ୍ରଧାନଶିକ୍ଷକ କରୁଛନ୍ତି ଔଷଧ ବିକ୍ରି

ତେବେ ଏତେ ଚର୍ଚ୍ଚାରେ ରହିଥିବା ଏହି ଯୋଗ୍ୟ ଗୁରୁ ଜଣକ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଝୋଲା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ କୁମାର ମଣ୍ଡଳ। ସୂଚନା ଅନୁସାରେ, ଶିକ୍ଷକ ଜଣକ ପ୍ରତ୍ୟେକ ଦିନ ଏମିତିକି ରବିବାର ବି ଆସି ସ୍କୁଲରେ ଉପସ୍ଥିତ ଥାନ୍ତି। ଏହାପରେ ହାଜିରା ପକାଇ ପିଲାଙ୍କୁ ଛାଡି ଡାକ୍ତରୀ କାମ କରିବାକୁ ଗାଁକୁ ପଳାନ୍ତି ।

ଏପଟେ ଜିଲ୍ଲାରେ ସରକାରୀ ଡାକ୍ତରଙ୍କ ଅଭାବ ଥିଲାବେଳେ ଏପରି କ୍ବାକଙ୍କ ଦ୍ବାରା ନିରୀହ ଆଦିଦାସୀ ଶୋଷଣ ହେଉଛନ୍ତି । ଏ କଥା ଆମେ କହୁନୁ , ଖୁଦ ଝୋଲା ପ୍ରାଥମିକ ବିଦ୍ୟାଳୟର ସ୍କୁଲ କମିଟିର ସଭାପତି ଓ ଗ୍ରାମବାସୀ ଅଭିଯୋଗ କରୁଛନ୍ତି।

ଖାଲି ଏତିକିରେ ସରିନି ସାରଙ୍କ କାରନାମା , ଭଲ ପାଠ ପଢ଼ା ହେଉନଥିବାରୁ କେତେ ପିଲା ଆସୁନାହାଁନ୍ତି। ଏପଟେ ଉପସ୍ଥାନରେ ପିଲା ଫୁଲ ଦେଖାଇ ମଧ୍ୟାନ୍ନ ଭୋଜନକୁ ଚଳୁ କରି ଦେଉଛନ୍ତି ସାର୍। ଉପସ୍ଥାନ ଉପରେ ଟିକେ ନଜର ପକାନ୍ତୁ ଆଜି ଯିଏ ଆସିଛି ତାର ଉପସ୍ଥାପନ ପଡିଛି ବାକିରେ ଖାଲି , ହେଲେ ପଛ ଦିନ ସବୁ ଉପସ୍ଥାନ ପଡିଛି । ସ୍କୁଲର ଛାତ୍ରୀଙ୍କୁ ପଚାରିବାରୁ କହୁଛନ୍ତି ଅଧା ପିଲା ସ୍କୁଲ ହିଁ ଆସୁନାହାଁନ୍ତି ।

ଏପଟେ ସହ ଶିକ୍ଷକଙ୍କୁ ଘଟଣା ବିଷୟରେ ପଚାରିବାରୁ ପ୍ରଧାନ ଶିକ୍ଷକ ମୋ ଉପରିସ୍ତ ଅଧିକାରୀ ହୋଇଥିବାରୁ ମୁଁ କିଛି କହିପାରିବିନି ଓ ଭୁଲ ଉପସ୍ଥାନ ପ୍ରଧାନ ଶିକ୍ଷକ କହିବାରୁ ମୁଁ ପକାଇଛି ବୋଲି ସଫେଇ ଦେଇଛନ୍ତି।


ଏଠି ପ୍ରଶ୍ନ ଆସୁଛି ସରକାରଙ୍କ ‘5ଟି' ଟିମ ଘନଘନ ବିଭିନ୍ନ ଜିଲ୍ଲା ଗସ୍ତ କରି ସ୍ବାସ୍ଥ୍ୟ ଓ ଶିକ୍ଷାରେ ସ୍ବଚ୍ଛ କରିବା ପାଇଁ ତତ୍ପର ହେଉଛନ୍ତି। ଏପରିକି ଖୋଦ୍ ଶିକ୍ଷାମନ୍ତ୍ରୀ ମଧ୍ୟ ବିଭିନ୍ନ ସ୍କୁଲ ପରିଦର୍ଶନରେ ଯାଉଛନ୍ତି। ହେଲେ ନବରଙ୍ଗପୁର ଜିଲ୍ଲା ଭଳି ଉପାନ୍ତ ଅଞ୍ଚଳରେ ଶିକ୍ଷାବ୍ୟବସ୍ଥାର ଏହି ନଗ୍ନଚିତ୍ର ଅତ୍ୟନ୍ତ ହାସ୍ୟାସ୍ପଦ। ହେଲେ ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ତଦନ୍ତ କରି କେବେ ଏହି ଲୁଟେରା ଓ ଲୋଭୀ ଶିକ୍ଷକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details