ଓଡିଶା

odisha

By

Published : Mar 17, 2022, 7:24 AM IST

ETV Bharat / state

ବିଜେଡିରେ ମିଶିଲେ ଦୁଇ ବିଜେପି ଯୁବନେତା

ବିଜେଡିରେ ଯୋଗ ଦେଲେ ନବରଙ୍ଗପୁରର ଦୁଇ ବିଜେପି ଯୁବନେତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଥିବା ସୂଚନା । ଅଧିକ ପଢନ୍ତୁ

ବିଜେଡିରେ ଯୋଗ ଦେଲେ ଦୁଇ ବିଜେପି ଯୁବ ନେତା
ବିଜେଡିରେ ଯୋଗ ଦେଲେ ଦୁଇ ବିଜେପି ଯୁବ ନେତା

ନବରଙ୍ଗପୁର:ବିଜେଡିରେ ମିଶିଲେ ନବରଙ୍ଗପୁରର ଦୁଇ ବିଜେପି ନେତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଜିଲ୍ଲାର ଦୁଇ ଯୁବନେତା ବୁଧବାର ଭାରତୀୟ ଜନତା ପାର୍ଟି ଛାଡି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ଏହି ଦୁଇ ନେତା ହେଉଛନ୍ତି ନବରଙ୍ଗପୁର ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅରୁଣ ପୂଜାରୀ ଏବଂ ପୂର୍ବତନ ଜିଲ୍ଲା ମିଡ଼ିଆ ସଂଯୋଜକ ସଞ୍ଜୀବ ନନ୍ଦ ।

ବିଜେଡିରେ ମିଶିଲେ ଦୁଇ ବିଜେପି ଯୁବନେତା

ବିଜେଡିର ଏହି ମିଶ୍ରଣ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାର ଶତାଧିକ ବିଜେପି କର୍ମୀ ସାମିଲ ହୋଇଥିଲେ । ବିଧାୟକ ସଦାଶିବ ପ୍ରଧାନ, ରାଜ୍ୟ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମଞ୍ଜୁଳା ମାଝୀ, ଜିଲ୍ଲା ଉପସଭାପତି ରବି ପଟ୍ଟନାୟକ, ନବରଙ୍ଗପୁର ପୌରପରିଷଦ ଅଧ୍ୟକ୍ଷ ପ୍ରାର୍ଥୀ ଭୀମ ହରିଜନ, ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଦେବାଶିଷ୍ ପାତ୍ର, ନଗର ସଭାପତି ପ୍ରମୋଦ ରଥ , କୋରାପୁଟ ଜୋନ୍ ସଭାପତି ତାପସ ତ୍ରିପାଠୀ, ବିଜୁ ଜନତା ଦଳର ବରିଷ୍ଠ ନେତା ଅଖିଳ ଭତରାଙ୍କ ସମେତ ବିଜେଡିର ବହୁ କାର୍ଯ୍ୟକର୍ତ୍ତା ଏଥିରେ ଉପସ୍ଥିତ ଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details