ଓଡିଶା

odisha

ETV Bharat / state

ପଣ୍ଡ ହେଲା ହତ୍ୟା ଷଡ଼ଯନ୍ତ୍ର, ବଞ୍ଚିଗଲେ ଯୁବକ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପାପଡାହାଣ୍ଡି ବ୍ଲକ ସାନଦାମାପାଲା କାଜୁବାଡିରେ ଜଣେ ଯୁବକକୁ ବିଦ୍ୟୁତ ତାର ବିଛାଇ ମାରିବାକୁ ଚେଷ୍ଟା କରୁଥିବା ବେଳେ ଵିଫଳ ହୋଇଛନ୍ତି ଷଡଯନ୍ତ୍ରକାରୀ । ଏନେଇ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିବା ସହ ତଦନ୍ତ ଜାରି ରଖିଛି ପୋଲିସ । ଅଧିକ ପଢନ୍ତୁ...

By

Published : Mar 7, 2021, 9:53 AM IST

ପଣ୍ଡ ହେଲା ଷଡ଼ଯନ୍ତ୍ର, ଅଳ୍ପକେ ବର୍ତ୍ତିଲେ ଯୁବକ
ପଣ୍ଡ ହେଲା ଷଡ଼ଯନ୍ତ୍ର, ଅଳ୍ପକେ ବର୍ତ୍ତିଲେ ଯୁବକ

ନବରଙ୍ଗପୁର: ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ବିଦ୍ୟୁତ ତାରରେ ରଚିଥିଲେ ଷଡ଼ଯନ୍ତ୍ର । ହେଲେ ଅଳ୍ପକେ ବର୍ତ୍ତିଗଲେ ଯୁବକ । ପାପଡାହାଣ୍ଡି ବ୍ଲକ ଖୁଟଵାଇ ପଞ୍ଚାୟତ ସାନଦାମାପାଲା କାଜୁବାଡିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକକୁ ବିଦ୍ୟୁତ ତାର ବିଛାଇ ମାରିବାକୁ ଚେଷ୍ଟା କରୁଥିବା ବେଳେ ଵିଫଳ ହୋଇଛନ୍ତି ଷଡଯନ୍ତ୍ରକାରୀ । ସୂଚନା ଅନୁଯାୟୀ, କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଖୁଟବାଇ ପଞ୍ଚାୟତ ବଡଦାମାପାଲା ଗ୍ରାମର ସୁଶାନ୍ତ ହରିଜନ ନାମକ ଜଣେ ଯୁବକକୁ ଖାଡିବାଲ ଗ୍ରାମର ରତନ ଗୋଉଡ ଓ ଗୋଙ୍ଗାଧର ଜାନି ନାମକ ଦୁଇ ଜଣ ଜୀଵନରୁ ମାରିଦେବା ପାଇଁ ବହୁତ ଦିନ ହେଲା ଯୋଜନା କରିଥିଲେ ।

ପଣ୍ଡ ହେଲା ଷଡ଼ଯନ୍ତ୍ର, ଅଳ୍ପକେ ବର୍ତ୍ତିଲେ ଯୁବକ

ସଵୁ ଯୋଜନା ଫେଲ ମାରିବା ପରେ ଏକ ଅଭିନବ ଉପାୟରେ ତାଙ୍କୁ ମାରିବା ପାଇଁ ଯୋଜନା କରିଥିଲେ । ସେମାନେ ସୁଶାନ୍ତଙ୍କ କାଜୁଵାଡରେ ତାଙ୍କୁ ମାରିଵା ପାଇଁ ଏକ ୧୧ କେଭି ଵିଦ୍ୟୁତ ଖୁଣ୍ଟିରୁ ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ବିଦ୍ୟୁତ ତାର ବିଛାଇଥିଲେ । ସୁଶାନ୍ତ ସବୁଦିନ ଭଳି ନିଜ କାଜୁ ବାଡ଼ରେ ବୁଲିବାକୁ ଯାଇ ଵିଦ୍ୟତ ତାର ସଂସ୍ପର୍ଶରେ ଆସିଥିଲେ । କିନ୍ତୁ ସୌଭାଗ୍ୟ ବଶତଃ ସୁଶାନ୍ତ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ଖବର ପାଇ ଖୁଟବାଇ ସରପଞ୍ଚ ମଣ୍ଟୁ ଜାନି ଘଟଣା ସ୍ଥଳରେ ଗାଁ ଲୋକଙ୍କ ସହିତ ପହଞ୍ଚି ପାପାଡାହାଣ୍ଡି ବିଦ୍ୟୁତ ଵିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ କରି ବିଦ୍ୟୁତ ଲାଇନ କାଟିବାକୁ କହିବା ସହ କୋଡିଙ୍ଗା ଥାନାରେ ଏତଲା ଦେଇଥିଲେ। ତେବେ ଏତଲାକୁ ଭିତ୍ତିକରି କୋଡ଼ିଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଅଭିଯୁକ୍ତଙ୍କୁ ପଚରାଉଚାରା କରି ଥାନାକୁ ଆଣିଥିଲେ । ଏହା ସହ ଅଧିକ ସୂଚନା ପାଇଁ ତଦନ୍ତ ଜାରି ରଖିଛି ପୋଲିସ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details