ଓଡିଶା

odisha

ETV Bharat / state

ନବରଙ୍ଗପୁର ନଗରପାଳଙ୍କୁ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ, ବିଜେପିର ଧାରଣା

ନବରଙ୍ଗପୁର ନଗରପାଳଙ୍କୁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅପମାନିତ କରିଥିବା ଅଭିଯୋଗ କରି ବିଜେପିର ଧାରଣା । ଅଧିକ ପଢ଼ନ୍ତୁ

bjp protest
ବିଜେପିର ଧାରଣା

By

Published : Jan 2, 2023, 3:41 PM IST

ନବରଙ୍ଗପୁର: ନଗରପାଳଙ୍କୁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଦୁର୍ବ୍ୟବହାର । ନବରଙ୍ଗପୁରରେ ହକି ବିଶ୍ବକପ୍‌ ଟ୍ରଫିକୁ ସ୍ବାଗତ କାର୍ଯ୍ୟକ୍ରମରେ ନଗରପାଳଙ୍କୁ ଦୁର୍ବ୍ୟବହାର କରାଯାଇଥିବା ବିଜେପି ଅଭିଯୋଗ କରିଛି । ଅଧିକାରୀଙ୍କ କ୍ଷମା ପ୍ରାର୍ଥନା ଦାବି କରି ଜିଲ୍ଲା ପରିଷଦ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେଲେ ବିଜେପି କର୍ମକର୍ତ୍ତା ।

ବିଜେପିର ଧାରଣା

ଏହା ମଧ୍ୟ ପଢ଼ନ୍ତୁ:Russian Tourists Death: ରହସ୍ୟରେ ମୃତ୍ୟୁ, ପରଦା ହଟାଇବାକୁ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି

ଗତ ରବିବାର ନବରଙ୍ଗପୁର ସହର ଆରସିଡି ହାଇସ୍କୁଲ ପଡିଆରେ ହକି ବିଶ୍ୱକପ୍‌ର ଟ୍ରଫି ପାଇଁ ସ୍ୱାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ନବରଙ୍ଗପୁର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନ୍ୟା ଦାଶ ମଞ୍ଚରେ ଉପସ୍ଥିତ ଥିବା ନବରଙ୍ଗପୁର ନଗରପାଳ କୁନୁ ନାୟକଙ୍କୁ "ହୁ ଆର ୟୁ" କହିବା ସହ ପ୍ରୋଟୋକଲ ଜାଣି ନଥିବା କହି ଦୁର୍ବ୍ୟବହାର କରିଥିବା ବିଜେପି ଅଭିଯୋଗ କରିଛି । ଏହାକୁ ବିରୋଧ କରି ଜିଲ୍ଲା ବିଜେପି କର୍ମକର୍ତ୍ତା ଜିଲ୍ଲା ପରିଷଦ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ:Russian Tourists Death Case: 4 ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ NHRCର ନିର୍ଦ୍ଦେଶ

ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ ଜିଲ୍ଲାସ୍ତରୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ବ୍ୟବହାରକୁ ନାପସନ୍ଦ କରିଛି ଜିଲ୍ଲା ବିଜେପି । ଏଣୁ ସମ୍ପୃକ୍ତ ଅଧିକାରୀଙ୍କ ନିସର୍ତ୍ତ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି ଧାରଣାରତ ଜିଲ୍ଲା ବିଜେପି କର୍ମକର୍ତ୍ତା । ଯଦି କ୍ଷମା ନମାଗନ୍ତି ତେବେ ଆଗାମୀ ଦିନରେ ରାଜରାସ୍ତକୁ ଓହ୍ଲାଇ ପ୍ରତିବାଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details