ନବରଙ୍ଗପୁର:ପୁଣି ସାମ୍ନାକୁ ଆସିଲା ବଧୂହତ୍ୟା ଅଭିଯୋଗ। ମହିଳାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଡଙ୍ଗରଭେଜା ପଞ୍ଚାୟତର ସାଗର ମୁଣ୍ଡା ଗ୍ରାମରେ । ମୃତ ମହିଳା ଜଣଙ୍କ ହେଉଛନ୍ତି ଗୀତାଞ୍ଜଳି ଗରଡା । ତାଙ୍କ ସ୍ବାମୀ ବାବୁଲି ବାଗଙ୍କର ଅନ୍ୟ ଝିଅ ସହ ସମ୍ପର୍କ ଥିବାରୁ ଦୁଇ ଜଣଙ୍କ ମଧ୍ୟରେ ବଚସା ଲାଗି ରହୁଥିଲା, ଏହି କାରଣରୁ ତାକୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ଏହା ମଧ୍ୟ ପଢନ୍ତୁ-ଯୌତୁକ ପାଇଁ ନର୍ସଙ୍କୁ ହତ୍ୟା ଅଭିଯୋଗ, ପରିବାର ଲୋକେ ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରସ୍ଥ
ମିଳିଥିବା ସୂଚନା ଅନୁଯାୟୀ, ଗତ ୯ ବର୍ଷ ପୂର୍ବେ ତେନ୍ତୁଳିଖୁଣ୍ଟି ଗ୍ରାମର ଜିହୁଦା ଗରଡାଙ୍କ ଝିଅ ଗୀତାଞ୍ଜଳି ସାଗର ମୁଣ୍ଡା ଗ୍ରାମର ବାବୁଲି ବାଗଙ୍କୁ ପ୍ରେମ ବିବାହ କରିଥିଲେ । କିନ୍ତୁ ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗି ରହୁଥିଲା । ସ୍ବାମୀ ଅନ୍ୟ ଝିଅ ସହ ସମ୍ପର୍କ ଥିବା ସନ୍ଦେହରେ କଳହ ନିତିଦିନିଆ କଥା ପାଲଟିଯାଇଥିଲା । ତେବେ ଶୁକ୍ରବାର ସନ୍ଧ୍ୟାରେ କୌଣସି କାରଣରୁ ଗୀତା ଗରଡାଙ୍କ ଦେହ ଅଚାନକ ଅସୁସ୍ଥ ହୋଇ ପଡିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ତାଙ୍କ ସ୍ବାମୀ । ସେଠାରେ ଡ଼ାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ ।
ଏହା ମଧ୍ୟ ପଢନ୍ତୁ...ସାତ ଜନ୍ମର ପ୍ରତିଶୃତି 3 ମାସ ବି ଚାଲିଲାନି: ସ୍ତ୍ରୀକୁ ହତ୍ୟା କରି ହାତ ଗୋଡ କାଟି ନଦୀକୁ ପିଙ୍ଗି ଦେଲା ସ୍ବାମୀ