ଓଡିଶା

odisha

ETV Bharat / state

Mao-poster: ନବରଙ୍ଗପୁରରେ ପୁଣି ମାଓ ପୋଷ୍ଟର, ଜଙ୍ଗଲ ଜମି ଛାଡିବାକୁ ଧମକ - ନବରଙ୍ଗପୁର ରେ ପୁଣି ମାଓ ପୋଷ୍ଟର

ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଦିନକୁ ଦିନ ମାଓବାଦୀ ମାନଙ୍କ ଉପସ୍ଥିତି ଜାହିର ବହୁ ମାତ୍ରାରେ ରହିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

mao poster in nabarangpur
Mao-poster: ନବରଙ୍ଗପୁର ପୁଣି ମାଓ ପୋଷ୍ଟର, ଜଙ୍ଗଲ ଜମି ଛାଡିବାକୁ ଧମକ

By

Published : Jun 28, 2022, 6:09 PM IST

ନବରଙ୍ଗପୁର:ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଦିନକୁ ଦିନ ମାଓବାଦୀଙ୍କ ଉପସ୍ଥିତି ଜାହିର ବହୁ ମାତ୍ରାରେ ରହିଥିବା ଜଣାପଡ଼ିଛି । କିଛି ଦିନ ତଳେ ଲିଫଲେଟ, ବ୍ୟାନର ମାରି ସରକାରଙ୍କ ବିରୋଧରେ ଉଲ୍ଲେଖ କରିଥିଲେ। ପୁଣି କୁସୁମପୁର, ଜେହେଲଗୁଡ଼ା ଠାରେ ଲିଫଲେଟ ପକେଇବା ସୂଚନା । ତେବେ ଏଠାରେ ଦେଖିବାକୁ ଗଲେ ଏଇଟା କାହାର ଭୁଲ ଜଙ୍ଗଲ ମାଫିଆଙ୍କ ନା ବନ ବିଭାଗ ଅଧିକାରୀଙ୍କର ।

Mao-poster: ନବରଙ୍ଗପୁର ପୁଣି ମାଓ ପୋଷ୍ଟର, ଜଙ୍ଗଲ ଜମି ଛାଡିବାକୁ ଧମକ

ଲିଫଲେଟ ମାଧ୍ୟମରେ ରାଇଘର କୁନ୍ଦେଇ ଅଞ୍ଚଳର କେତେକ ଗ୍ରାମର ଜଙ୍ଗଲ ମାଫିଆ ତଥା ନାକଟିସିମୋଡ଼ା, କୁସୁମପୁର, କାଣ୍ଡେତରା, ରାଜପୁର, ସମ୍ବଲପୁର, ଚିଡ଼େଇପାନି ଏହି ଗ୍ରାମର ଲୋକମାନଙ୍କ ନାମରେ ଧମକ ଦେଇ ଜଙ୍ଗଲ ଜମି ଛାଡ଼ିବାକୁ ଉଲ୍ଲେଖ କରିଛନ୍ତି। ନ ଛାଡ଼ିଲେ ହତ୍ଯାର ସଜା ଦେବା ପାଇଁ ସେଥିରେ ଉଲ୍ଲେଖ କରିଛନ୍ତି। ମାଓବାଦୀମାନଙ୍କୁ ଦେଖିବାକୁ ମିଳୁଥିବାରୁ ଜଙ୍ଗଲ ସୁରକ୍ଷା ପ୍ରତି ଅଧିକା ଗୁରୁତ୍ୱ ଦେଖାଦେଇଛି ।

ABOUT THE AUTHOR

...view details