ଓଡିଶା

odisha

ETV Bharat / state

ଗାଧୋଇବାକୁ ଯାଇ ପୋଖରୀରେ ବୁଡିଗଲେ ଯୁବକ

ରବିବାର ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକ ଅନ୍ତର୍ଗତ ମିରକାନଗୁଡାର ଗଣେଶ ହରିଜନ ନାମକ (୨୭) ଯୁବକଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଛି ।

By

Published : Sep 1, 2019, 6:14 PM IST

Updated : Sep 2, 2019, 12:36 AM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ପୋଖରୀରେ ବୁଡି ଯୁବକ ମୃତ୍ୟୁ । ରବିବାର ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକ ଅନ୍ତର୍ଗତ ମିରକାନଗୁଡାର ଗଣେଶ ହରିଜନ ନାମକ (୨୭) ଯୁବକଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସୂଚନା ଅନୁଯାୟୀ, ଗଣେଶ ମୁଖ୍ୟ ମେଡିକାଲ ଆଗରେ ଏକ ପରିବା ଦୋକାନ କରିବା ସହ ଅଧାର କେନ୍ଦ୍ରରେ କାମ କରୁଥିଲେ। ତେବେ ରବିବାର ଗଣେଶ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ତାଙ୍କ ଗୋଡରେ ପଙ୍କ ଲାଗିଯାଇ ସେ ପୋଖରୀରେ ବୁଡି ଯାଇଥିଲେ । ଏହାଦେଖି କିଛି ସ୍ଥାନୀୟ ଯୁବକ ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ।

ମାତ୍ର ସେମାନେ ଅସଫଳ ହେବାରୁ ଅଗ୍ନିଶମ କର୍ମଚାରୀ ଆସି ତାଙ୍କୁ ଉଦ୍ଧାର କରିଥିଲା । ଏହାପରେ ତାଙ୍କୁ ନବରରଙ୍ଗପୁର ମୁଖ୍ୟ ମେଡିକାଲକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Last Updated : Sep 2, 2019, 12:36 AM IST

ABOUT THE AUTHOR

...view details