ଓଡିଶା

odisha

By

Published : Jun 4, 2020, 5:18 AM IST

ETV Bharat / state

ମେସିନ କରୁଛି ଲକ୍ଷ ଲକ୍ଷ ଟଙ୍କାର କାମ, ଜବର୍କାଡ ଥାଇ ଦାଦନ ଖଟୁଛି ଶ୍ରମିକ

ଯଦି NREGS, BKBK ଯୋଜନା ଭଳି ଏ କାମରେ ଶ୍ରମିକ ନ ଲାଗି, ଲାଗୁଛି ମେସିନ । ତେବେ ଏଥିରେ ମାଲାମାଲ ହେଉଛନ୍ତି ଉଭୟେ ଯନ୍ତ୍ରୀ ଏବଂ ଠିକାଦାର । କାମ ନପାଇ ଶ୍ରମିକମାନେ ବାଧ୍ୟ ହୋଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ।

machine-is-doing-millions-of-dollars-worth-work-but-migrants-workers-are-jobless
ମେସିନ କରୁଛି ଲକ୍ଷ ଲକ୍ଷ ଟଙ୍କାର କାମ, ଜବର୍କାଡ ଥାଇ ଦାଦନ ଖଟୁଛି ଶ୍ରମିକ

ନବରଙ୍ଗପୁର: ଜିଲ୍ଲା ଡାବୁଗାଁ ବ୍ଲକ ଧାମନାଗୁଡା ପଞ୍ଚାୟତରେ ଶ୍ରମିକ ବଦଳରେ ମିସିନରେ ଚାଲୁଛି କାମ । ଶ୍ରମିକମାନଙ୍କୁ କାମ ଯୋଗାଇ ଦେବା ପାଇଁ ସରକାର ଜବ୍‌ର୍କାଡ ଦେଇ ୧୦୦ ଦିନ ରୋଜଗାର ଦେବାପାଇଁ ଯୋଜନା କରିଥିବା ଡିଣ୍ଡିମ ପିଟୁଥିବା ବେଳେ ଏହାର ଫଳ ଦେଖା ଦେଉଛି ଓଲଟା ।

ମେସିନ କରୁଛି ଲକ୍ଷ ଲକ୍ଷ ଟଙ୍କାର କାମ, ଜବର୍କାଡ ଥାଇ ଦାଦନ ଖଟୁଛି ଶ୍ରମିକ

ଯଦି NREGS, BKBK ଯୋଜନା ଭଳି ଏ କାମରେ ଶ୍ରମିକ ନ ଲାଗି, ଲାଗୁଛି ମେସିନ । ତେବେ ଏଥିରେ ମାଲାମାଲ ହେଉଛନ୍ତି ଉଭୟେ ଯନ୍ତ୍ରୀ ଏବଂ ଠିକାଦାର । କାମ ନପାଇ ଶ୍ରମିକମାନେ ବାଧ୍ୟ ହୋଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଏପଟେ ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ ନିକଟରେ ୧୧ ଜିଲ୍ଲାକୁ ୫୦୦ କୋଟି ପ୍ୟାକେଜ୍ ଘୋଷଣା କରିଛନ୍ତି । ଏଥିରେ ରହିଛି ୧୦୦ ବଦଳରେ ୨୦୦ ଦିନ କାମ । ଦୈନିକ ପାରିଶ୍ରମିକ ୨୮୬.୩୦ ଟଙ୍କା । ୧୧ ଜିଲ୍ଲାରେ ରହିଛି ନବରଙ୍ଗପୁର ଜିଲ୍ଲା । ଏପଟେ କେଉଁ ଯୋଜନାରେ କାମ ଚାଲିଛି ଏବାବଦରେ କାର୍ଯ୍ୟ ଚାଲିଥିବା ଜାଗାରେ କୌଣସି ଫଳକ ଲାଗୁ ନାହିଁ । କାର୍ଯ୍ୟ ସମ୍ପନ୍ନ ହେବା ପରେ ଫଳକ ଲାଗାଯାଉଛି । ଏବାବଦରେ ବିଡ଼ିଓ ଏବଂ ପିଇଓଙ୍କୁ ମଧ୍ୟ ଜଣାନାହିଁ । କେବଳ ଜାଣିଛନ୍ତି ଜେଇ ଏବଂ ଠିକାଦାର ।

ଏପରି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକର ଧାମନା ଗୁଡା ପଞ୍ଚାୟତ ନାଗଜୋଡିଠାରେ । BKBK ଯୋଜନାରେ ନୂତନ ଚେକ୍ ଡ଼୍ୟାମ ୧୫,୦୦୦,୦୦ ଟଙ୍କା ଓ ଝରିଗାଁ ବ୍ଳକର ଡଙ୍ଗରିଗୁଡା ପଞ୍ଚାୟତ ମାଝି ଗୁଡ଼ାଠାରେ ପ୍ରଧାନମନ୍ତ୍ରୀ କୃଷି ସଞ୍ଚୟ ଯୋଜନାରେ ଏକ ଚେକ୍ ଡ଼୍ୟାମ ୧୧,୦୦୦,୦୦ ଟଙ୍କାରେ ନିର୍ମାଣ କାର୍ଯ୍ୟ ମେସିନ କରୁଛି । ଝରିଗାଁ ବ୍ଳକ ଓ ଉମରକୋଟ ବ୍ଲକର ଲୋକମାନେ କାମ ନ ପାଇ ଅନ୍ୟ ରାଜ୍ୟକୁ ବାଧ୍ୟ ହୋଇ ଦାଦନ ଖଟିବାକୁ ବାହାରେ ଯାଉଛନ୍ତି । ଏଠାରେ ଏତେ ଟଙ୍କା ବ୍ୟୟର କାମ ଚାଲିଥିଲେ ସୁଧା ଜଣେ ବି ଜବକାର୍ଡ ଧାରୀ ଶ୍ରମିକଙ୍କୁ କାମ ଦିଆଯାଇ ନାହିଁ ।ଦିନ ରାତି ମେସିନ ଲଗାଇ କାମ କରୁଛନ୍ତି । କୋଉଁ ଗ୍ରାଉଣ୍ଡରୁ କାମ କରାଯାଉଛି । ସେଠାରେ ଲଗାଯାଇ ନାହିଁ ଫଳକ । ଏ ବାବଦରେ ଜାଣିବା ପାଇଁ ଆମେ ଝରିଗାଁ ବ୍ଳକର ମୃତ୍ତିକା ସଂଗ୍ରକ୍ଷଣ ବିଭାଗ ଦାଇତ୍ବରେ ଥିବା APD ଲକ୍ଷ୍ମୀଧର ଜେନାଙ୍କୁ ଯୋଗାଯୋଗ କରାଯାଇ ଥିବା ବେଳେ ତାହା ସମ୍ଭବ ହୋଇପାରି ନାହିଁ । ଯଦି ଏପରି ସମସ୍ତ N.R.E.G.S ଏବଂ BKBK ସ୍କିମର କାର୍ଯ୍ୟ ମେସିନ କରିବ ହେଲେ ଏହି ଅଞ୍ଚଳର ଜବକାର୍ଡ ଧାରୀମାନେ ଆଗକୁ କରିବେ କ'ଣ? ଏବେ କୋରୋନା ମହାମାରୀ ଯୋଗୁଁ ଅନ୍ୟ ରାଜ୍ୟରୁ ଦାଦନ ଶ୍ରମିକମାନେ ନିଜ ଅଞ୍ଚଳକୁ ବାହୁଡି କାମ ନ ପାଇ ଅଛନ୍ତି ।

ଏପରି ସମୟରେ ସରକାର ଓ ପ୍ରଶାସନର ତଦନ୍ତ ଆବଶ୍ୟକତା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଦେଖିବାକୁ ବାକି ରହିଲା ଯେ ସରକାର ଓ ପ୍ରଶାସନ ଏହି ଅଞ୍ଚଳର ଲୋକମାନଙ୍କୁ କେବେ କାମ ଯୋଗାଇ ଦେବେ ।

ନବରଙ୍ଗପୁରରୁ ତପନ କୁମାର ବିଷୟି, ଇଟିଭି ଭାରତ

ABOUT THE AUTHOR

...view details