ଓଡିଶା

odisha

ETV Bharat / state

ମିଳିଲାନି ସ୍ବୀକୃତି, ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ସମ୍ପର୍କୀୟ ଭାଇ ଭଉଣୀଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । କିନ୍ତୁ ସାମାଜିକ ମଞ୍ଜୁରୀ ନମିଳିବାରୁ ଶେଷରେ ଆତ୍ମହତ୍ୟା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାଦା, ନବରଙ୍ଗପୁର

By

Published : Mar 4, 2019, 11:42 PM IST


ନବରଙ୍ଗପୁର: କିଏ ଜାଣେ ପ୍ରେମ କେତେବେଳେ କାହା ସହିତ ହୋଇଯାଏ । ଏପରି ଏକ ସମ୍ପର୍କ ଗଢି ଉଠିଥିଲା ନବରଙ୍ଗପୁର ଜିଲ୍ଲା ଟାଙ୍ଗିନୀ ଗ୍ରାମର ସୁନାଧର ଜାନି ଓ କୁମାରୀ ଜାନିଙ୍କ ମଧ୍ୟରେ । କିନ୍ତୁ ସମାଜ ପକ୍ଷରୁ ସ୍ବୀକୃତି ନ ମିଳିବାରୁ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସେପଟେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ସୁନାଧର ଜାନି ଓ କୁମାରୀ ସମ୍ପର୍କୀୟ ଭାଇ ଭଉଣୀ । ତେବେ ଉଭୟ ଉଭୟଙ୍କୁ ଭଲ ପାଉଥିଲେ । କିନ୍ତୁ ପରିବାର ପକ୍ଷରୁ ସମ୍ପର୍କକୁ ସ୍ବୀକୃତି ନମିଳିବାରୁ ପିପଲପଦର ଗ୍ରାମରେ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିବାର ଗ୍ରାମବାସୀ ପ୍ରକାଶ କରିଛନ୍ତି ।

ଝିଅ ନିଜ ଓଢଣୀ ସାହାଯ୍ୟରେ ଓ ପୁଅ ନିଜ ଗାମୁଛା ସାହାଯ୍ୟରେ ଆତ୍ମହତ୍ୟା କରିଛନ୍ତି । ଘଟଣାସ୍ଥଳରେ ଡାବୁଗାଁ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ନ୍ୟୁଜ

ABOUT THE AUTHOR

...view details