ନବରରଙ୍ଗପୁର: ସହର ମଧ୍ୟରେ ଥିବା ତେଲିସାହିରେ ଧୁମଧାମ୍ରେ ପାଳନ କରାଯାଇଛି ମା' ଗଜଲଷ୍ମୀ ପୂଜା । ଏହି ପୂଜା ନଅ ଦିନ ଧରି ଚାଲିବ । ଏହି ନଅ ଦିନ ବିଭିନ୍ନ ରୂପରେ ପୂଜା ପାଇବେ ମା' ଗଜଲଷ୍ମୀ ।
ଏହାକୁ ନେଇ ସୁସଜ୍ଜିତ ହୋଇଛି ବିଭିନ୍ନ ଗଜଲଷ୍ମୀ ମଣ୍ଡପ । ଆଶ୍ବୁନ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ଦିନ ମାଆ ଗଜଲଷ୍ମୀ ପୂଜା ଅନୁଷ୍ଠିତ ହୋଇଥାଏ । ଏହି ପୂଜାରେ 1008 ପଦ୍ମ ଫୁଲ ଓ କୁଙ୍କୁମ ଅର୍ଚ୍ଚନାରେ ନଅ ଦିନ ପୂଜାର୍ଚ୍ଚନା ଚାଲିଥାଏ ।
ମହାଆଡମ୍ବରରେ ପାଳିତ ହେଉଛି ଗଜଲଷ୍ମୀ ପୂଜା
ଏନେଇ ଗ୍ରାମର ମହିଳାମାନେ ଏକତ୍ରିତ ହେଇ କଳସୀ ଯାତ୍ରାରେ ବାହାରି ସ୍ଥାନୟୀ ନୂଆବନ୍ଧ ସାହି ପୋଖରୀ ଜଳ ଆଣିଥିଲେ । ସେଭଳି ସହରରେ ମା' ଗଜଲଷ୍ମୀ ପୂଜାର ତିନିଟି ମେଡ଼ ଦେଖିବାକୁ ମିଳିଛି । ନବରରଙ୍ଗପୁର ସହର ଥିବା ତେଲି ସାହି, ଇଚ୍ଛାବତୀ ଗୁଡା, ଗାନ୍ଧିନଗର ଓ କୃଷିବଜାରରେ ଧୁମଧାମରେ ଚାଳିଛି ପୂଜାର୍ଚ୍ଚନା ଚାଳିଛି ।
ନବରରଙ୍ଗପୁରର ଡାବୁଗାଁ ବିଧାୟକ ମୋନହର ରନ୍ଧାରୀ ଓ ତାଙ୍କ ପତ୍ନୀ ଏହି ପୁଜାର୍ଚ୍ଚନା କରିଥିଲେ ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ